ଜିଲ୍ଲା ଦଳିତ ବିକାଶ ମଞ୍ଚର ନୂଆଁଖାଇ ଭେଟଘାଟ ପାଳିତ

ବଲାଙ୍ଗିର, (କଏପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ଦଲିତ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମଞ୍ଚର ସଭାପତି ନଟରାଜ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ତଥାଗତ ବୁଦ୍ଧ ଓ ବାବା ସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ତଥା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଧୀମାନ ଦଣ୍ଡୁଆ କୁମ୍ଭାର, ପ୍ରିୟଙ୍କା ନନ୍ଦଙ୍କ ଦ୍ୱାରା ବୁଦ୍ଧ ବନ୍ଦନା କରାଯିବା ସହ ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସମ୍ପାଦକ ଭୁବନ ନାଗ ବାର୍ଷିକ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥି ପ୍ରୀତି ସାଗର ମହାନନ୍ଦ, ମୁରଲୀଧର ସୁନା, ବିପିନ ନନ୍ଦ, ଗୋପବନ୍ଧୁ ଜଗଦଲା, ଯୁଗଲାଲ ଜଗଦଲା ପ୍ରମୁଖ ସମାଜର ଉନ୍ନତି ନିମନ୍ତେ ସମସ୍ତଙ୍କ ଅବଦାନ ଆବଶ୍ୟକ ବୋଲି ନିଜ ନିଜ ବକ୍ତବ୍ୟରେ ମତାମତ ଦେଇଥିଲେ । ପରେ ଭୀମଭୋଇ ମେଡିକାଲ କଲେଜର ପ୍ରଫେସର ଡାକ୍ତର ଶରତ ନାଗ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ହେମସାଗର ନନ୍ଦ, ଇଞ୍ଜିନିଅର ମାଣିକ କୁମ୍ଭାର ଅନୁଷ୍ଠାନର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲିଚି, ପ୍ରିୟଙ୍କା, ରୁଚିସ୍ମିତା, ନଈମେଷା, ତ୍ରିଶା, ନାଚ ଗୀତ ଓ ଭାଷଣ ଦେଇଥିଲେ। ନେପାଲ ଚନ୍ଦ୍ର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୀମସେନ ବାଗ, ବାଳକୃଷ୍ଣ ମହାନନ୍ଦ, ସଞ୍ଜୟ ମହାନନ୍ଦ, ବୃନ୍ଦାବନ ନାଗ, ବୀରେନ୍ଦ୍ର ରାୟ, କଳିଙ୍ଗ ସୁନା, ନୀଳକଣ୍ଠ ସୁନା, ବିଶ୍ଵାମିତ୍ର ନାଗ, ରୁକ୍ମିଣୀ ବାଗ, ହେମା ରାଣୀ ବାଗ, ଦମୟନ୍ତୀ ଜଗଦଳା, ବବି ନନ୍ଦ, ଐଶର୍ଯ୍ୟା ନନ୍ଦ, ଆରତୀ କୁମ୍ଭାର ସୋନାଲି, ରୋଜାଲିନ, ଆଶୁତୋଷ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.