oom

ଆନ୍ଦୋଳନ ସ୍ଥଳରେ ନୂଆଁ ଖାଇଲେ ଖଟିଖିଆ ସଂଗଠନର ସଦସ୍ୟ : ଧାରଣାକୁ ପୂରିଲା ଦଶ ଦିନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପାରମ୍ପରିକ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପର୍ବକୁ ସାରା ପଶ୍ଚିମ ଓଡିଶାବାସୀ ଏକ ଭାଇଚାରାର ପର୍ବ ଭାବରେ ପରଂପରାଗତ ଅନୁସାରେ ଯିଏ ଯେଉଁଠି ଥାଉନା କାହିକି ନୂଆଁଖାଇ ଦିନ ନିଜ ପରିବାର ପାଖକୁ ଫେରିଆସି ନୂଆଁଖାଇ ପର୍ବ ପାଳନ କରନ୍ତି । ସାରା ପଶ୍ଚିମାଞ୍ଚଳରେ ନିଜ ନିଜ ପରିବାର ସହିତ ଏକତ୍ର ନୂଆଁଖାଇ ମିଳିମିଶି ପାଳନ କରୁଥିବା ବେଳେ, ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ହେଉଥିବା ବ୍ୟାପକ ଦୁର୍ନୀତିର ବିରୋଧ କରି କଳା କରନାମା ଗୁଡିକର ପର୍ଦ୍ଦାଫାସ କରିବା ଦାବୀରେ ଖଟିଖିଆ ସଂଗଠନ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ସାମନାରେ ଆଜିକୁ ଦଶ ଦିନ ହେଲା ଧାରଣାରେ ବସିଛନ୍ତି ଏବଂ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବା ନିଷ୍ପତ୍ତିରେ ଅଟଳ ରହି ଆଜି ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ନୂଆଁଖାଇ ପାଳନ କରିଛି ଖଟିଖିଆ ସଂଗଠନ । ତେବେ ଏହି ମହାନ ପର୍ବ ନିଜ ପରିବାର ସହିତ ପାଳନ କରିବା ପରିବର୍ତ୍ତେ ଆଜି ଧାରଣା ସ୍ଥଳରେ ନୂଆଁଖାଇ ପାଳନ କରିବା ବିଷୟର ବୁଦ୍ଧିଜୀବୀ ମହଳରେ ଖୁବ ଚର୍ଚ୍ଚା ହେଉଛି । ଝାରବନ୍ଧ ବ୍ଲକରେ ହୋଇଥିବା ଦୁର୍ନୀତିର ତଥ୍ୟ ପ୍ରଶାସନକୁ ପ୍ରଦାନ କରାଯାଇଥିବା ବେଳେ ଉକ୍ତ ବିଷୟର ଉଚିତ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବରଗଡ, ଆରକ୍ଷୀ ଅଧିକ୍ଷକ ବରଗଡ, ମୁଖ୍ୟମନ୍ତ୍ରୀ ଓଡିଶା, ୫ଟି ସଚିବଙ୍କୁ ଖଟିଖିଆ ସଂଗଠନ ଅନୁରୋଧ କରିଛି । ଖଟିଖିଆ ସଂଗଠନ ସଭାପତି ଭୋଜରାଜ ବାଗଙ୍କ ସହ ତାଙ୍କ ସପରିବାର ଧାରଣା ସ୍ଥଳରେ ନୂଆଁଖାଇ ଥିଲେ । ସମିତି ସଭ୍ୟ ସତ୍ୟମ ପ୍ରଧାନ, ସୁରେନ୍ଦ୍ର ଭୋଇ, ଗୁରୁସାଗର ପଟେଲ, ପବନ ପ୍ରଧାନ,ପରସରାମ ସାହୁ, ରାମେଶ୍ୱର ସାହୁ, ଘସିଆ ସାହୁ, ସତ୍ୟ ପ୍ରଧାନ ପ୍ରମୁଖଙ୍କ ସମେତ ଖଟିଖିଆ ସଂଗଠନର ୩୦୦ ଜଣ ମହିଳା ପୁରୁଷ ସମର୍ଥକ ସାମିଲ ଥିଲେ ।

jittmm
Leave A Reply

Your email address will not be published.