ଆଦିବାସୀ କର୍ମଚାରୀ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀ କର୍ମଚାରୀ ସଂଘ, ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ଟାଉନ୍‌ ହଲ୍‌ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୌରାଞ୍ଚଳର ସର୍ମିଷ୍ଠା ନାଏକ, ସଙ୍ଗିତା ମାଝୀ, ନିତାରାଣୀ ଭୋଇ, ଦିବ୍ୟ ରଞ୍ଜନ ମୁଣ୍ଡା, ବିଭୂଜିନିତ କୁମାର ବୁଡେ଼କ, ଡୁଲେଶ୍ୱରୀ ଧରୁଆ, ନିତାରାଣୀ ଭୋଇ, ସୁନନ୍ଦା ଭୋଇ, ଯେଉଁମାନେ ମେଡ଼ିକାଲ୍‌, ଇଂଜିନିୟରିଙ୍ଗ୍‌, ଓଡ଼ିଶା ସିଭିଲ୍‌ ସରଭିସ୍‌, ଖେଳକୁଦରେ କୃତକାର୍ଯ୍ୟ ହୋଇଛନ୍ତି ତାଙ୍କୁ ଉପଢେ଼ାକନ, ପ୍ରସଂଶା ପତ୍ର ପ୍ରଦାନକରି ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ସମାଜର ମୁଖ୍ୟ ତ୍ସୋତରେ ସାମିଲ ହୋଇ ସର୍ବାଙ୍ଗିନ ଉନ୍ନତି ପାଇଁ ସପଥ ନେଇଥିଲେ । ଜିଲ୍ଲାର ପ୍ରଥମ ସ୍ୱାଧିନତା ସଂଗ୍ରାମୀ ଶହିଦ ଧରମ ସିଂ ମାନଧାତାଙ୍କ ପ୍ରତିମୂର୍ତ୍ତୀ ସହରର ଭାଗୀରଥି ଛକଠାରେ ଏବଂ ସ୍ୱାଧିନତା ସଂଗ୍ରାମୀ ଯୁଗେଶ୍ୱର କୁମୁରାଙ୍କ ପ୍ରତିମୂର୍ତ୍ତୀ ଶାନ୍ତିପଡ଼ା ଛକଠାରେ ସ୍ଥାପନ କରିବା ପାଇଁ ସମାରୋହରେ ଦାବୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ସୁରେନ୍ଦ୍ର ଭୋଇଙ୍କ ଅଧକ୍ଷତାରେ, ମୁଖ୍ୟ ଅତିଥି ଯୋଗେସ୍ୱର ଭୋଇ ତାହସିଲଦାର, ସମ୍ମାନିତ ଅତିଥି ରୋହିତ ଭୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଂପାଦକ ଗଣେଶ ମାଝୀ ବିବରଣୀ ପାଠକରି ସମାଜର ଉନ୍ନତି ପାଇଁ ବକ୍ତବ୍ୟ ରଖିଥିଲେ । ସହସଂପାଦକ ମୀନକେତନ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଆଦିବାସୀ ପାରମ୍ପରା, ସଂସ୍କୃତି, ଭାଷା ସହିତ ଜଳ ଜଙ୍ଗଳ ଜମିନକୁ ସୁରକ୍ଷିତ ରଖିବାକୁ ବକ୍ତାମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ କୋଷାଧକ୍ଷ ନୃପ ଭୋଇ, ସଭ୍ୟ ସ୍ୱାଧିନ ଭୋଇ, ସଭ୍ୟ ଧନସିଂହ ଭୋଇ, ପ୍ରଭାସିନୀ ଭୋଇ, ଦଇତ ଧରୁଆ, ଅଶୋକ କୁମାର ବୁଡେ଼କ ଖିରୋଦ କୁମାର ନାଗ, ଦିଲ୍ଳୀପ କୁମାର ଭୋଇ, କମଳ ବିଶ୍ୱାଳ, ବିଶ୍ୱଜିତ ବୁଡେ଼କ, ରାମ ମଲ୍ଳୀକ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ଓ ଉପସ୍ଥିତ ସମସ୍ତେ ସାମୁହିକ ଆଦିବାସୀ ନୃତ୍ୟ ସହିତ ସୁଦାମ ଚରଣ ବିଶି ଓ ସାଥି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ଉପସଭାପତି ସଂଧ୍ୟାରାଣୀ ମାଝୀ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.