ରାମଚନ୍ଦ୍ରପୁର ଗ୍ରାମରେ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗତ ୬-୧୦-୨୦୨୩ ତାରିଖ ଦିନ ଶ୍ରୀ ବିନାୟକ ଗଣେଶ ପୂଜା କମିଟୀ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦେଓଗାଁ ବ୍ଲକର ପୂର୍ବତନ ବି.ଇ.ଓ ସଂକୀର୍ତ୍ତନ ବାଗ ଓ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଦ୍ମିନୀ ମିଶ୍ର ଯୋଗ ଦେଇଥିଲେ । ନାଚ ପ୍ରତିଯୋଗିତାରେ ଖପ୍ରାଖୋଲର ପାୱାର ବଏଜ୍ ଗ୍ରୁପ ପ୍ରଥମ ସ୍ଥାନ, ପାଟନାଗଡର ଝୁନୁ ସାହୁ ଦ୍ୱିତୀୟ ସ୍ଥାନ ଓ ଗଞ୍ଜାଉଡାର ଗ୍ରାମର ବେଡ ବଏଜ୍ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

Leave A Reply

Your email address will not be published.