oom

ହଳଦିଆ ତୈଲିକ ସାହୁ ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

jsmm

ଠକପରା : ହଳଦିଆ ତୈଲିକ ସାହୁ ସମାଜ ତରଫରୁ ଠକପରା ଚକ୍ ( ମାଟିଖାଇ, ମଲ୍ଲିକ ମୁଣ୍ଡା ଓ ଠକପରା) ଠକପରା ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରଥମରୁ ଅତିଥିମାନଙ୍କୁ ନଗର ପରିକ୍ରମା କରିବା ସହ ସମସ୍ତଙ୍କ ଘର ସାମ୍ନାରେ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ପରେ ବ୍ରହ୍ମ ଅବଧୂତ ଭଗବାନ ବାବାଙ୍କ ଦ୍ଵାରା ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶୀର୍ଷ ସଭାପତି ଚୈତନ୍ୟ ସାହୁ, ସମ୍ପାଦକ ମୋହନ ସାହୁ, ଉପ-ସଭାପତି ଜୟନ୍ତୀ ଲାଲ ସାହୁ, କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ଶୀର୍ଷ ସଭ୍ୟ ଗୋପବନ୍ଧୁ ସାହୁ, ବାସୁଦେବ ସାହୁ, କୃଷ୍ଣଚନ୍ଦ୍ର ସାହୁ, ସିନ୍ଧେକେଲା ଅଞ୍ଚଳ ସଭାପତି ସୁଶିଲ ସାହୁ, ସମ୍ପାଦକ ତରୁଣ ସାହୁ, କଲାଙ୍ଗାପାଲି ଅଞ୍ଚଳ ସଭାପତି ଭକ୍ତ ସାହୁ, ସଂପାଦକ ହରେକୃଷ୍ଣ ସାହୁ, ଜୁଆନ କୁଟୁମ୍‌ ସଭାପତି କ୍ଷିରୋଦ୍ର ସାହୁ, ପାଟଣାଗଡ଼ ଏନ୍‌ଏସି ଉପସଭାପତି ମନୋଜ ସାହୁ ଚକ ସଭାପତି ହେମାରାଜ୍ ସାହୁ, ରୁଦ୍ରମଣି ସାହୁ ,ଚାଷୀ ନେତା ସୌରି ସାହୁ, ତରୁଣ ସାହୁ, ଓମ୍‌ ସାହୁ ପ୍ରମୁଖ ଯୋଗଦେଇ ଜାତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶୀର୍ଷ ସଭ୍ୟ ଅଖଣ୍ଡ ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ମିଡିଆ ସଂଯୋଜକ ଅର୍ଜୁନ ସାହୁ ସଭା ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରବିଚନ୍ଦ୍ର ସାହୁ ଓ ଦୁଃଖନାସନ୍ ସାହୁ ପରିଚାଳନା କରିଥିବା ବେଳେ ରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାନକଲାଙ୍ଗାପାଲି ଅଞ୍ଚଳର ସମସ୍ତ ସଭ୍ୟ ଓ ଠକପରା ଗାଁର ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.