oom

ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସରିଯାଇଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଚାଲିଛି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ଦିବ୍ୟ ଚେତନା ମହିମା ମନ୍ଦିର ସନ୍ଥ ଭୀମ ଭୋଇ ଗୁରୁକୂଳ ଆଶ୍ରମଠାରେ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେଉଁଝର ଜିଲ୍ଲା ଚମ୍ପୁଆ ଉପଜିଲ୍ଲାପାଳ ଗୁଣମଣି ସୁନାନୀ ଯୋଗଦେଇ ଧୂପଦୀପ ପ୍ରଜ୍ଵଳନ ପୂର୍ବକ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ଆଶ୍ରମ ପରିଚାଳକ ଅବଧୂତ କପିଳେନ୍ଦ୍ର ଦାସ ବାବା, ଲୋକନାଥ ଭୋଇ, ଶିକ୍ଷାବିତ ଜୟକର ବାଗ, ବିଜେପି ନେତା ଥବିର ଚନ୍ଦ୍ର ବାଗ, ହରିରାମ ସତନାମୀ, ସମ୍ପାଦକ ନିଗମାନନ୍ଦ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ଉପସ୍ଥିତ ସମସ୍ତ ବୟୋଜ୍ୟେଷ୍ଠଙ୍କୁ ନୂଆଁଖାଇ ଜୁହାର କରିଥିବା ବେଳେ ସାନମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହଜି ଯାଉଥିବା ଲୋକକଳା, ଲୋକ ସଂସ୍କୃତିର ପ୍ରଚାର ପ୍ରସାର ସହ ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥିମାନେ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ସାଂସ୍କୃତିକ ସମ୍ପାଦକ ରେଣୁରଞ୍ଜନ ବାଗ ସଭା ସଂଯୋଜନା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକ ପରିବେଷଣ ହୋଇଥିଲା ।

jittmm
Leave A Reply

Your email address will not be published.