oom

ବଲାଙ୍ଗିର କୁଲତା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପେଲେସଲାଇନ ସ୍ଥିତ ମୀନା ଟେଣ୍ଟ ହାଉସ ପ୍ରାଙ୍ଗଣରେ ବଲାଙ୍ଗିର କୁଲତା ସମାଜର ନୂଆଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କୁଲତା ସମାଜର ସଭାପତି ରବିନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଉପଦେଷ୍ଟା ନାରାୟଣ ସାହୁ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ, ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ, ଜିଲ୍ଲା କୁଲତା ସମାଜ ସଭାପତି ବେଲାର ସିଂ ଭୋଇ, ଯୁବ ସଂଗଠକ ସୁଦର୍ଶନ ସାହୁ, ସଂପାଦକ ବିଦେଶୀ ପ୍ରଧାନ ଯୋଗ ଦେଇ କୁଲୁତା ସମାଜର ସମଗ୍ରିକ ବିକାଶ ଦିଗରେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ମତ ଦେଇଥିଲେ । ଅଜିତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ମଧୁ ସାହୁ ଓ ପ୍ରିୟାଲ ପ୍ରଧାନ ସଂଯୋଜନା କରିଥିଲେ । ଏହି ଭେଟ୍‌ଘାଟ୍‌ ଅବସରରେ ସମାଜର ପ୍ରଥମ ସଭାପତି ଗୋପବନ୍ଧୁ ବିଶ୍ୱାଲଙ୍କୁ କୂଳ ପ୍ରତିଭା ସମ୍ମାନ, ସୁରଥ ପ୍ରଧାନଙ୍କୁ ପ୍ରେରଣା ସ୍ମୃତି ସମ୍ମାନ, ସଂଜୀବ ସାମଲଙ୍କୁ ଯୁବ ପ୍ରତିଭା ସମ୍ମାନ, ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗାୟତ୍ରୀ ପାତ୍ର, ଉମେଶ ଚନ୍ଦ୍ର ଗଡତ୍ୟା, ଭେଟଘାଟରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଡା. ଆକାଶ ପ୍ରଧାନ, ସୁବାଷ ବିଶ୍ୱାଲ ଓ ଜରୁରୀ ସମୟରେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ରାହସ ବିହାରୀ ମାଝି ଓ ବୁଡୁ ପ୍ରଧାନ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରିଥିଲେ । ଏହା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅବନୀ ପ୍ରଧାନ ଓ ସରୋଜ ଭୋଇ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ କୁଲୁତା ସମାଜର ସୂର୍ଯ୍ୟ ଭୋଇ, ଶିରୋମଣି ସାହୁ, ରିଙ୍କୁ ଭୋଇ, ସତ୍ୟ ଗଡତ୍ୟା, ଲକ୍ଷ୍ମଣ ବିଶ୍ୱାଲ, ମନୋଜ ବିଶ୍ୱାଲ, ସୁନିଲ ମାଝି, ଜିତୁଲାଲ ସାହୁ, ରୋହିମ ରଂଜନ ସାହୁ, ଶାନ୍ତନୁ ଭୋଇ, ନେତ୍ରାନନ୍ଦ ପ୍ରଧାନ, ଆକାଶ ପ୍ରଧାନ, ଲଳିତ ପ୍ରଧାନ, ରୂପଧର ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଗୋବର୍ଦ୍ଧନ ସାହୁ, ଜ୍ୟୋସ୍ନାରାଣୀ ପ୍ରଧାନ, କୁନ୍ତଳା ଗଡତ୍ୟା, ଶାନ୍ତନୁ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାନ୍ତନୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.