oom

ଏବିସିଡି ପଦ୍ମପୁର ପକ୍ଷରୁ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପ୍ରାଙ୍ଗଣରେ ଗଙ୍ଗାଧର ମଣ୍ଡପଠାରେ ପଦ୍ମପୁର ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି ଆୟୋଜିତ ବୋଡ଼ାସମ୍ବର ନୂଆଖାଇ ଭେଟ୍‌ଘାଟ୍‌ ରୌପ୍ୟ ଜୟନ୍ତୀ ଦୁଇଦିନ ଧରିଦିନ ଅନୁଷ୍ଠାନର ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପଧାନ ଓ ଉପଦେଷ୍ଟା ନାଟ୍ୟକାର ଅଶୋକ ବହିଦାରଙ୍କ ଦ୍ୱାରା ମା’ ସମଲେଇଙ୍କ ପୂଜା କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆଜିର ସନ୍ଧ୍ୟାରେ କନକଦୁର୍ଗା ପାଇକ ଆଖଡ଼ା ସଂଘ ରୋଡ଼ ଶୋ’ କରି ତାଙ୍କର କଳା ପ୍ରଦର୍ଶନ କରି ମଣ୍ଡପ ପାଖକୁ ଆସିଥିଲେ । ସଂଗୀତ ଗୁରୁ ସୁରେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ, ପୂଜା ପୂର୍ବି ବହିଦାରଙ୍କ ଛୋଟ ଛୋଟ ଶିଶୁଙ୍କ ସମ୍ବଲପୁରୀ ନୃତ୍ୟ, ନନୀରୁ ଭୂଆସେନ ନୃତ୍ୟ, ଯୁବଲି ପଣ୍ଡା ଓ ସାଥୀଙ୍କ ସମ୍ବଲପୁରୀ ନୃତ୍ୟ, ଏଲିନା ପଣ୍ଡା ବାଲେଶ୍ୱର ଓଡିଶୀ ଗ୍ରୁପର ପ୍ରଦର୍ଶନ, ଆଭରାଣୀ ସାହୁଙ୍କ ସମ୍ବଲପୁରୀ ନୃତ୍ୟ, ଚାଷୀ ସମ୍ବର୍ଦ୍ଧନା ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ । ପଦ୍ମପୁର ପୂବର୍ତନ ବିଧାୟକ ପ୍ରଦୀପ ପୁରୋହିତ ସମସ୍ତଙ୍କୁ ଜୁହାର ଭେଟ୍‌ ଜଣାଇ ଆଭରଣୀ ସାହୁ ଓ ସଂଗୀତ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମିନା ବାଗଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥଲେ । ଏହି କାର୍ଯ୍ୟକ୍ରମକୁ ଅଞ୍ଜନ ପଧାନ ଓ ଶୋନାଲିକା ଶବର ପରିଚାଳନା କରିଥିଲେ । ଅନିଲ ବେହରା, ରଘୁନାଥ ପୁରୀ, ସୁରେଶ ମିଶ୍ର, ସମ୍ପତ ସାହୁ, ପ୍ରତାପ ନାଥ, ସରୋଜ ଯୋଶୀ, ସୁଶାନ୍ତ ସରାଫ, ସରୋଜ ଦାନୀ, ଅମୀୟ ପୁରୋହିତ, ଇନ୍ଦ୍ରମଣି ପୁରୋହିତ, ସହଦେବ ମେହେର, ଅଂଶୁମାନ ମେହେର, ରବୀନ୍ଦ୍ର ଦାସ, ସୁମନ୍ତ ସାହୁ, ସୁନୀଲ ଭୋଇ, ରମେଶ ଗୁର୍ଲା, ଟୁନା ବାରିକ, ମନିଷ ରଥ, ଅଞ୍ଜଲି ପରିଡା, ମିତା ତିୱାରି, ଆଶିଷ ବୈକାର, ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.