oum

ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌

jsm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍‌ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗ୍ରାମର ଡୋଲାମଣି ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଅତିଥି ମାନେ ମା’ ସମଲେଇଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କଲାପରେ ଗତ ବର୍ଷ ମୃତ୍ୟୁ ବରଣ କରିଥିବା ଗ୍ରାମର ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦ୍‌ଗତି କାମନା ନିମନ୍ତେ ୧ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଅଧିକାରୀ ସାହୁ, ଡମ୍ବରୁଧର ଭୁଏଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଗ୍ରାମର କୃତି ଛାତ୍ରଛାତ୍ରୀ, ବ୍ୟକ୍ତି ବିଶେଷଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ମାନ ପତ୍ର ଉପଢୌକନ ଦେଇ ଅତିଥି ମାନେ ସମ୍ବର୍ଦ୍ଧନା ଦେଇ ଥିଲେ । କେଦାରନାଥ ସାହୁଙ୍କ ସଂଯୋଜନାରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟ୍ୟକାର ରାଜେଶ କାରିଆଙ୍କ ରଚିତ ପଲସା ଫୁଲ ନାଟକ ଅଭିନୀତ ହୋଇଥିଲା । ନାଟକର ବିଭିନ୍ନ ଭୂମିକାରେ ରୋହିତ ମେହେର, ଟେକଚାନ୍ଦ ମେହେର, କେଦାରନାଥ ସାହୁ, ସୁଶାନ୍ତ ମେହେର, ଭୂବନେଶ୍ବର ମେହେର, ସୁଦାମ ସାହୁ, ବାଳକୃଷ୍ଣ ଧୀବର, ଭୂପେନ ସାହୁ, ବିଜୟ ସାହୁ ଅଭିନୟ କରିଥିଲେ । ହଲଧର ମେହେର, ସନ୍ତୋଷ ମେହେର, ସୁଦୀପ୍ତ ବାରିକ,ରେଞ୍ଜର ବାଗ, ବ୍ରହ୍ମାନନ୍ଦ ସୁଇ, ଅଶୋକ ମେହେର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.