oom

ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ନୂଆଁଖାଇ ଭେଟଘାଟର ସ୍ଥାୟୀ ସଭାପତି ଲଲିତ ଜଗତଙ୍କ ସଭାପତିତ୍ବରେ ଧାନ ମଣ୍ଡି ମାଣ୍ଡୋସିଲଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜଖରିଆର ସ୍ଵତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ତରଣୀସେନ ସୁନା, ସମ୍ମାନିତ ଅତିଥି ବିକ୍ରମନଗର ଉପବିଭାଗ ଅଧିକାରୀ ତଥା ବରିଷ୍ଠ ସମାଜସେବୀ କ୍ଷେତ୍ରୀ ଲୁହାର, ଖପ୍ରାଖୋଲ ମାଲପଡା ସଭ୍ୟ ମୋହନ ସୁନା, ଅଧ୍ୟାପକ କଣ୍ଟାବାଞ୍ଜି ଜିତେନ୍ଦ୍ରିୟ ସୁନା, ଜୋନ ସଭାପତି ତଥା ସମାଜସେବୀ ଶରତ ତାଣ୍ତି, ନିରାକାର ଛୁରା, ମୁଖ୍ୟବକ୍ତା ଲଖମରା ଆଦର୍ଶ ଶିକ୍ଷକ ମଣି ମହାନନ୍ଦ, ପାଇକମାଲ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରମଲା ଲୁହାର, ଗୋବିନ୍ଦ ସୁନା ଉପସ୍ଥିତ ଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଦିନମଣି ସୁନା । ତାପରେ ଡ. ଭୀମ ରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ସମସ୍ତ ଅତିଥି ମାଲ୍ୟାର୍ପଣ କରିଥିଲେ । ସଭାକୁ ଜଗତ ପରିଚାଳନା କରିଥିଲେ ଏବଂ ସମସ୍ତ ଅତିଥି ନୂଆଁଖାଇ ଭେଟଘାଟର ଉଦ୍ଦେଶ୍ୟ ଓ ସାମାଜିକ ସଂଗଠନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ ଏକତା ସୂତ୍ରରେ ବାନ୍ଧି ହୋଇ ସାମାଜକୁ ସୁଦୃଢ଼ କରିବା ଓ ସାମାଜର ସର୍ବାଙ୍ଗୀନ ଉନ୍ନତି କାମ କରିବା ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଏହି ଭବ୍ୟ ସମାରୋହରେ ଆବାଳବୃଦ୍ଧ ବନିତା ଆଶା ତିତ ସଂଖ୍ୟାରେ ଯୋଗଦାନ କରିଥିଲେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆୟୋଜନ ଦେଖି ନିମନ୍ତ୍ରିତ ଅତିଥି ବୃନ୍ଦ ପ୍ରସଂଶାରେ ଶତମୁଖର ହୋଇଥିଲେ । ଶେଷରେ ଶିକ୍ଷକ କେଶବ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସହଯୋଗ କରିଥିଲେ ଉପସଭାପତି ନିଶାମଣି ମହାନନ୍ଦ, ସମ୍ପାଦକ ଶଙ୍କର୍ଷଣ କନ୍ଧେର, କୋଷାଧ୍ୟକ୍ଷ ହରିରାମ ତାଣ୍ଡି, ଚପରାସି ବାଲେକରାମ ବେନିଆ, ରାଜେଶ ମହାନନ୍ଦ, ଦୁଲପ୍ ହରିପାଲ୍, ସୁଜିତ କୁମ୍ଭାର, ପ୍ରେମୀ ବାଗ, ନାରାୟଣ ସୁନା ।

jittmm
Leave A Reply

Your email address will not be published.