କେବା ଜୈବିକ ଇଣ୍ଡଷ୍ଟ୍ରିରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେବା ଜୈବିକ ଇଣ୍ଡଷ୍ଟ୍ରିର ନୂଆଁଖାଇ ଭେଟଘାଟ୍‌ ଉତ୍ସବ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଗେଷ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ କାର୍ଯ୍ୟକ୍ରମରେ କେବା ଏକ ଜୈବିକ କମ୍ପାନୀ ଅଟେ ଏବଂ ଚାଷୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ତାର ଉତ୍ପାଦ ଯୋଗାଇ ଆସୁଛି । ଚାଷୀମାନେ ଏହାର ସୁଫଳ ପାଇ ବହୁତ ଲାଭବାନ ହେବା ସହିତ ଖୁସିରେ ଅଛନ୍ତି ବୋଲି ଅନୁଷ୍ଠାନର ଓଡିଶା ମୁଖ୍ୟ ସରୋଜ କୁମାର ବେହେରା ତାଙ୍କ ଅଭିଭାଷଣରେ କହିଥିଲେ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଜୈବିକ ଚାଷ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜ ବୋଡାସମ୍ବର ଜମିଦାର ତଥା ପାଇକମାଲ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ବ୍ଲକ ଆତ୍ମାର ଅଧ୍ୟକ୍ଷ ତଥା ଯୁବ ନେତା ଯୋଗେନ୍ଦ୍ର ଭୋଇ ଯୋଗଦେଇ ଚାଷୀ ଭାଇମାନଙ୍କୁ ଜୈବିକ ପ୍ରଣାଳୀରେ ଚାଷ କଲେ କଣ ଉପକାର ମିଳିବ ତାର ବିବରଣୀ ପ୍ରଦାନ କରି ଉଦ୍‌ବୋଧନ ଦେଇଥିଲେ । କମ୍ପାନୀର ଓଡିଶା ଅଧିକାରୀ ରମେଶ ବାରିକ ଏବଂ ବିପିନ ଦେହୁରୀ ଚାଷୀମାନଙ୍କ ସମସ୍ୟାର ସମାଧାନ କରି ଜୈବିକ ଚାଷର ଉପକାରିତା ବିଷୟରେ ଧାରଣା ଦେଇଥିଲେ । ୨୦ ଜଣ ଚାଷୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ୨୨-୨୩ ବର୍ଷରେ ଭଲ କାମ କରିଥିବା କର୍ମୀଙ୍କୁ ମେଡାଲ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ପୁରୋହିତ ଏବଂ ଶ୍ରୀ ବେହେରା ସାର । ସେମାନେ ହେଲେ ମହେନ୍ଦ୍ର ହାତୀ, ଲୋକନାଥ ଦୀପ, ସୁବ୍ରତ ସାହୁ, ରୁକ୍ମଣ ସାହୁ, ବିଶ୍ଵାମିତ୍ର ସାହୁ, ମନୋଜ ପଟେଲ ପ୍ରମୁଖ । ଏ ବର୍ଷର ବେଷ୍ଟ ଲିଡର ଭାବରେ ଲିଙ୍ଗରାଜ ବାରିକ, ଲୋକନାଥ ଧରୁଆ, ଧୋବାରାମ ବରିହା, ସନ୍ତୋଷ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଝସକେତନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!