jayashree

ଝଲପ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଝଲପ ଗ୍ରାମରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ସବୁ ବର୍ଷ ଭଳି ଏକାଠି ମିଶି ନୂଆ ଖାଇଛନ୍ତି । ଏହି ଅବସରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଧୀର କୁମାର ସାହୁ ଅଧ୍ୟକ୍ଷତା କରି କାର୍ଯ୍ୟଟିକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହଳଦିଆ ବୈଷ୍ୟ ସାହୁ ସମାଜର ଶୀର୍ଷର ଉପ-ସଭାପତି ଜୟନ୍ତିଲାଲ ସାହୁ ମୁଖ୍ୟ ଅତିଥି ଏବଂ ସାହୁ ସମାଜ ସିନ୍ଧେକେଲା ଅଞ୍ଚଳର ସଭାପତି ସୁଶିଲ କୁମାର ସାହୁ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରିଥିଲେ । ଏଥିରେ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । ଶେଷରେ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମଟିକୁ ହେମରାଜ ପରିଚାଳନା କରିଥିଲେ । ଶେଷରେ ସୁଧୀର କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.