ସାହୁ ପରିବାର ପକ୍ଷରୁ ସମୂହ ନୂଆଁଖାଇ – ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମରେ ସାହୁ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଯାଇଛି । ପରିବାରର ମୋଟ୍‌ ୭୦ ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ । ପରିବାରର ବୟୋଜ୍ୟେଷ୍ଠ ଦ୍ୱାରୀକା ପ୍ରସାଦ ସାହୁ ନିଜର ଇଷ୍ଟ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁ ଚୂଡାରେ ତିଆରି ହୋଇଥିବା ନବାନ୍ନକୁ ମହୁଲ ପତ୍ରରେ ପରସା ଯାଇ ନୂଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପରିବାରର ବରିଷ୍ଠ ସଦସ୍ୟ ସିଦ୍ଧେଶ୍ଵର ସାହୁ, ରାମେଶ୍ଵର ସାହୁ, ରାଧେଶ୍ୟାମ ସାହୁ, ନାରାୟଣ ସାହୁ, ବୃନ୍ଦାବନ ସାହୁ, ସ୍ୱାଧିନ ସାହୁ, ରାମାଧିନ ସାହୁ, ତପୋବନ୍ତ ସାହୁ, ସରୋଜ ସାହୁ, କ୍ଷୀରୋଦ୍ର ସାହୁ, ପ୍ରେମରାଜ ସାହୁ, ଅଶୋକ ସାହୁ, ଶୁବଳ ସାହୁ, କମଳ ସାହୁ, ସୁରେଶ ସାହୁ, କ୍ଷମା ସାଗର ସାହୁ, ଗୁଣ ସାଗର ସାହୁ, ସୁଶୀଳ କୁମାର ସାହୁ, ମଙ୍ଗଳୁ ସାହୁ, ରିତେଶ ସାହୁ, ପ୍ରେମସାଗର ସାହୁ, ମନିଷ ସାହୁ, ରିଙ୍କୁ ସାହୁ, ଆଶୁତୋଷ ସାହୁ, ମନୋଜ ସାହୁ, ସାଇ ଶୁଭଙ୍କର ସାହୁ ଏବଂ ପରିବାରର ସମସ୍ତ ମହିଳାମାନେ ତଥା ପରିବାରର ଅନ୍ୟାନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.