om academy

ସାମୂହିକ ନୂଆଁଖାଇ ସୃଷ୍ଟି କରୁଛନ୍ତି ଭାଇଚାରାର ଉଦାହରଣ 

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମେହେର ପରିବାରରେ ସାମୁହିକ ନୂଆଁଖାଇ ତିହାର୍‌ ଆଡମ୍ବର ସହକାରେ ପାଳନ କରିଛନ୍ତି । ୨୧ଟି ପରିବାରର ୧୦୮ଜଣ ସଦସ୍ୟ ଏକାଠି ରାଧାକୃଷ୍ଣ ଭଗବତ୍ ମନ୍ଦିର ପରିସରରେ ନବାନ୍ନ ଭକ୍ଷଣ କରିଥିଲେ । ପ୍ରଥମେ ମହାଲକ୍ଷ୍ମୀଙ୍କ ଠାରେ ଓ ମେହେର ପରିବାରର ଦିବଂଗତ ସଦସ୍ୟ ଗୁରୁ ଗୌତମ ପ୍ରସାଦ ମେହେର, ଗୁରୁ ଗାର୍ଗବ ପ୍ରସାଦ ମେହେରଙ୍କ ନିକଟରେ ନୂଆଁଧାନ ଭୋଗ, ମିଷ୍ଟାନ୍ନ, ଦଶ ପ୍ରକାର ପିଠାପଣା ଅର୍ପଣ ପରେ ସମସ୍ତେ ଏକାଠି ନୂଆଁଖାଇ ଭୋଗ ଭକ୍ଷଣ କରିଥିଲେ । ଗଣେଶ ପୂଜା ଓ ନୂଆଁଖାଇ ୨ଦିନ ଧରି ସାଲେପାଲି ମେହେର ସମାଜର ସମସ୍ତ ସଦସ୍ୟ ଏକତ୍ର ନବାନ୍ନ ଭକ୍ଷଣ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିଗତ ଦଶବର୍ଷ ହେବ ମେହେର ପରିବାର ସାମୁହିକ ନୂଆଁଖାଇ ପାଳନ କରି ଆସୁଛନ୍ତି । ସେହିପରି ଦେଓଗାଁ କଛାରପାଲିର ସେଲମା ବଂଶ ପରିବାର ଓ ବହଲି ଗାଁର ପୁରୋହିତ ପରିବାର ମଧ୍ୟ ଏକାଠି ନବାନ୍ନ ଭକ୍ଷଣ କରିଥିଲେ । 

Leave A Reply

Your email address will not be published.