ବଲାଙ୍ଗିର, (କେପିଏନ୍ଏସ୍) : ଆରୁ ଦିନେ ରହେଲା ନୂଆଁଖାଇ କେ । ନୂଆଁଖାଇ କେ ବଡ଼ା ଧୁମ୍ଧାମ୍ରେ ପାଲନ କରବାର୍ ଲାଗି ଅଣ୍ଟା ଭିଡ଼ିଛନ୍ ସାରା ପଶ୍ଚିମ୍ ଓଡିଶାବାସୀ । ନୂଆଁଖାଇ ଦିନେ ନିଜର ଇଷ୍ଟଦେବୀର୍ ଠାନେ ନୂଆଁ ଲଗେଇ ସାର୍ଲା ପରେ ସପରିବାର ଗୁଟେ ଠାନେ ନୂଆଁ ଖାଏବେ । ନୂଆଁ ଖାଇ ସାର୍ଲା ଉତ୍ରୁ ଆରମ୍ଭ ହେଇ ଯାଏସି ନୂଆଁଖାଇ ଜୁହାର ଆରୁ ତାର୍ ସାଙ୍ଗେ ସାଙ୍ଗେ ନଜର୍ କଳା ସଂସ୍କୃତି ଆର୍ ପରମ୍ପରା କେ ନେଇ କରି ନୂଆଁଖାଇ ଭେଟ୍ଘାଟ୍ । ଇ ନୂଆଁଖାଇ ଭେଟ୍ଘାଟ୍ ଲାଗି ପ୍ରସ୍ତୁତି ଆରମ୍ଭ ହେଇଯାଇଥିବାର୍ ଦେଖ୍ବାର୍ କେ ମିଲିଛେ । ଗୁଟେ ଆଡେ ଘୁଡ଼୍କା ନାଚ୍ ଲାଗି ବଲାଙ୍ଗିର ସହର ନେ ଜୋର୍ ସୋର୍ ପ୍ରସ୍ତୁତି ହେଉଥିବାର୍ ବେଲ୍ କେ ଆର୍ ଗୁଟେ ଆଡେ ରସରକେଲି ଲାଗି ଟିଟିଲାଗଡ଼ ସହରନେ’ ପ୍ରସ୍ତୁତି ଚାଲିଛେ । ଇ ନୂଆଁଖାଇ ଭେଟ୍ଘାଟ୍ ଖାଲି ପଶ୍ଚିମ୍ ଓଡିଶା ନେ ନାଇ, ଦେଶ୍ ବିଦେଶନେ ବି ପଶ୍ଚିମ୍ ଓଡିଶାର୍ ଲୋକ ଇତାକେ ପାଲନ୍ କରସନ ।
Next Post