ବଲାଙ୍ଗିର କଳାକାର ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ୍‌ ଠାରେ ବଲାଙ୍ଗିର କଳାକାର ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ସଭାପତି ଟିଶୁରାଜ ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ବିଶିଷ୍ଟ ଅତିଥି ଭାବେ ଆଇନ୍‌ଜୀବୀ ଅମରେନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଗୋପାଳ ପ୍ରଧାନ, ସମାଜସେବୀ ଶମ୍ଭୁ ନାଗ, କଣ୍ଠଶିଳ୍ପୀ ନବୀନ କୁଅଁର, ବ୍ୟାସଦେବ ପୁରୋହିତ, କଂସ ଭୂମିକାରେ ଅଭିନୀତ ରାଧାକାନ୍ତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ କଳାକାର ବଞ୍ଚିଲେ କଳା ବଞ୍ଚିବ, ତେଣୁ କଳାକାରମାନଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ୍‌ ବୋଲି ମତବ୍ୟକ୍ତ କରିଥିଲେ । ସଙ୍ଗୀତକାର ସ୍ୱର୍ଗତ ଶ୍ରୀରାମ ଲୁହାଙ୍କ ସ୍ମୃତିରେ ଗଠିତ କଳାକାର ସଂଘର ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ବ୍ୟାସଦେବ ପୁରୋହିତ, ଜିତୁ କୁମ୍ଭାର, ଦିଲୀପ ଦୀପ, ଟିକୁରାଜ ନନ୍ଦ, ବିଶିକେଶନ ନାଗ, ଜନ୍ମ ବାରିକ, ସୁଷମିକା ବେହେରା, ରଶ୍ମୀତା ସାହୁ, ମକରନ୍ଦ ସାହୁ, କ୍ଷୀରୋଦ୍ର ବରିହା, ଅଞ୍ଜନ କୁମ୍ଭାର, ରାଜୁ ନନ୍ଦ, ବ୍ରହ୍ମାନନ୍ଦ ବନଛୋର, ଅର୍ଜୁନ ମୁଗ୍ରୀ, ବାସୁଦେବ ପଧାନ, ବିକାଶ ଷଡଙ୍ଗୀ, ଇଂ ରାମଚନ୍ଦ୍ର ମୁର୍ମୁ, ସମାଜସେବୀ ଶୁଭ୍ରାଂଶୁ ପଣ୍ଡା, ଢାପ ନୃତ୍ୟ ପରିବେଷଣ ପାଇଁ ସୁଦର୍ଶନ ଦୀପ, ମା’ ମାହେଶ୍ୱରୀ ଲାଇଟ ଏଣ୍ଡ ସାଉଣ୍ଡ, ଦୀପା ଟେଣ୍ଟ ହାଉସ୍‌, ୟୁଥ ବ୍ଲଡ ଡୋନର ଗୃପ, ବାସନ୍ତୀ ନନ୍ଦ, ନବ ସାହୁ, ବିକାଶ ସାହୁ, ସୁରେନ୍ଦ୍ର ସା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାନ ବଡ ଓ ସାଥିଙ୍କ ଘୁଡୁକା ନୃତ୍ୟ, ରାଧାକାନ୍ତ ନାଏକଙ୍କ କଂସ ଦରବାର, ଆଞ୍ଚଳିକ ଗୀତରେ ସରୋଜ ନାଏକ, ଶିବା ବରିହା, ଦିବାନ ନନ୍ଦ, ସୁମିତ ସୁନା, ମୁନମୁନ୍‌ ଚନ୍ଦନ, କୁନମୁନ୍‌ ଚନ୍ଦନ, ସାନ କୁମ୍ଭାର, ସନ୍ତୋଷ ନନ୍ଦ, ଦିଲୁ, ପ୍ରକାଶ ହିଆଲ, ସଚ୍ଚିଦାନନ୍ଦ ବିଶ୍ୱାଲ, ମୁନା ବିଶ୍ୱାଲ, ବିକାଶ ବାଗ, କ୍ଷୀର ନାଗ, ଲମ୍ବୋଧର ନାଏକ, ହିମାଂଶୁ ପଧାନ, ବରୁଣ ବାଗ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ମହିଳା ବର୍ଗରେ ଅଷ୍ଟମୀ ନାଗ, ରାଶେଶ୍ୱରୀ ଚାନ୍ଦିଆ, ଡଲି ବାଗ, ଦିବ୍ୟାରାଣୀ ବିଶି, ନିତାଞ୍ଜଳି ପୋଢ, ଶିକା ଚନ୍ଦନ, ରୋଲୀପ୍ରଭା ସେଠ, ମିକି ମନହୀରା, ଶ୍ୱେତାମୟୀ ସେଠ, ଫିଜା ବଛା, ମିଲି ବାରିକ, ରୀମା ବାଗ, ମିନତୀ ରାଓ, ସାଇ ପଙ୍ଖୁଡି ଛତ୍ରିଆ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନା ଗଜମଣି ବାଗ କରିଥିବା ବେଳେ ସରୋଜ ନାଏକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଜୟ ବାରିକ, ସୂର୍ଯ୍ୟମଣୀ ସୁନା, ଅଶୋକ ଦୀପ, ଭାବନୀ ଶଙ୍କର ଛତର, ଅକ୍ଷୟ ପଧାନ, ଗୋବିନ୍ଦ ବିଭାର, ନଳିନୀ ଦୀପ, କୁନା ବାଗ ।

Leave A Reply

Your email address will not be published.