
ଦେଓଗାଁ, (ମନୀଷ କୁମାର ସାହୁ) : ଟିଟିଲାଗଡ଼ ଡିଭିଜନର ଟିକ୍ରାପଡ଼ା ଠାରେ ଗତ ଶନିବାର ଦିନ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂପାଦକ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କେନ୍ଦୁପତ୍ର କର୍ମଚାରୀଙ୍କ ନେତୃତ୍ୟ ନେଉଥିବା ତଥା ଡିଭିଜନ ସଂପାଦକ ଶୀବାନନ୍ଦ ପରିଛା, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯଦୁମଣୀ ପାଣିଗ୍ରାହୀ (ଖରିଆର), କୋକିଲ ସାହୁ (ପାଇକମାଲ) ଓ ଚିତ୍ରସେନ ବଗର୍ତ୍ତି ପ୍ରମୁଖ ଯୋଗ ଦେଇଥିଲେ । ତୁଷୁରା ରେଞ୍ଜରୁ ବସନ୍ତ ବଗର୍ତ୍ତୀ, ଗୋବିନ୍ଦ ପାଣିଗ୍ରାହୀ, ବିଜୟ ସାହୁ, ବିକ୍ରମ ହେର୍ଣ୍ଣା, ମିତ୍ର ମନହିରା, ଦେଓଗାଁ ରେଞ୍ଜର ହେଡ଼ଚେକର୍ ଢ଼ାଲମଣୀ ବିଶ୍ୱାଲ, ସୁରେଶଚନ୍ଦ୍ର କର୍ତ୍ତୀ, ବାଞ୍ଛାନିଧୀ ପଧାନ, ମହାବୀର ପଧାନ, ସମାରୁ ପଧାନ, ବନ୍ଧପଡ଼ାରୁ ବସନ୍ତ ସାହୁ, ହରେକୃଷ୍ଣ ସାହୁ, ବେଲଗାଁର ନୀଳମଣୀ ସାହୁ, ବସନ୍ତ ମାଝୀ, ବଙ୍ଗୋମୁଣ୍ଡା ରେଞ୍ଜରୁ ଅରୁଣ ପାଢ଼ୀ, ବୈକୁଣ୍ଡ ରଣା, ସଇଁତଳା ରେଞ୍ଜର ବିବେକ ପାତ୍ର, ତ୍ରିନାଥ ମଲ୍ଲିକ, ଟିକ୍ରାପଡ଼ା ରେଞ୍ଜରୁ ରାମ ରାଜପଲିଆ, ସନ୍ୟାସୀ ବାଗ, ବିଦ୍ୟାଧର ପୁଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କର୍ମଚାରୀ ସଂଘର ବହୁ ଦିନର ଦାବୀ ଉପସ୍ଥାପନ କରାଯାଇଥିଲା । ଦାବୀ ମୁତାବକ ସଂଘର ସଂପାଦକ ନିର୍ବାଚନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏଥିରେ ପୂର୍ବ ସଂପାଦକ ଛବିଲ ସିଂ ଚିନ୍ଦାଙ୍କୁ ସର୍ବସମ୍ମତି କ୍ରମେ ପୁଣି ଥରେ ମନୋନୀତ କରାଯାଇଥିଲା । ଶ୍ରୀ ଚିନ୍ତା ୧୯୯୭ ମସିହାରୁ ଲଗାତାର ଭାବେ ସଂପାଦକ ଦାୟିତ୍ୱ ତୁଲାଇ ଆସୁଥିବା ଜଣାପଡ଼ିଛି ।
ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସାର୍କିଲ ଅଧିନରେ ଥିବା ଟିଟିଲାଗଡ଼ ଡିଭିଜନର ଦେଓଗାଁ, ତୁଷୁରା, ବନ୍ଧପଡ଼ା, ସଇଁତଳା, ଟିକ୍ରାପଡ଼ା, ବେଲଗାଁ, ବଙ୍ଗୋମୁଣ୍ଡା ରେଞ୍ଜ ଅଧିନରେ ଥିବା ପ୍ରାୟ ୪ ଶହଟି ଫଡିରେ କାର୍ଯ୍ୟରତ ଚପରାଶି, ମୁନସି, ଚେକର, ହେଡ଼ଚେକର ସହ କର୍ମଚାରୀ ସଂଘର ସଂପାଦକ ଭାବେ ମନୋନୀତ ହୋଇଥିବାରୁ ଦେଓଗାଁ ରେଞ୍ଜ କେନ୍ଦୁପତ୍ର କର୍ମଚାରୀ ସଂଘ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।