- ‘ନୂଆଁଖାଇ ଜୁହାର ଭେଟ୍ ଏକ ଭାଇଚାରାର ବାର୍ତ୍ତା ବହନ କରିଥାଏ’
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜୀ ଯୁବକ ସଂଘ କପିଲାଭଟାର ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ସହ ସାମୁହିକ ନବାନ୍ନ ଭକ୍ଷଣ କରି ଜୁହାର ଭେଟ୍ ହୋଇଥିଲେ । ଆୟୋଜିତ ସାଧାରଣ ସଭାରେ ମା’ ସାହାଜୀ ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଅଜିତ କୁମାର ଯୋଶୀ, ମୁଖ୍ୟ ବକ୍ତା ଭାବେ କଣ୍ଟାବାଞ୍ଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଯୁଧିଷ୍ଠିର ବେହେରା, ସମ୍ମାନିତ ଅତିଥି ଭାବେ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ, କପିଲାଭଟା ପଞ୍ଚାୟତର ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିଲମଣୀ ବିଶି, ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଳା, ୱାର୍ଡ ସଭ୍ୟ ସଞ୍ଜୟ ହଂସ, ସନ୍ତୋଷ ହଂସ, ସୁଦର୍ଶନ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୂଆଁଖାଇ ଏକ ଭାଇଚାରାର ପର୍ବ । ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ଘରେ ଘରେ ପାଳନ କରାଯାଇଥିବା ବେଳେ ପରେ ଜୁହାର ଭେଟ୍ର ଆସର ଜମିଥାଏ । ମା’ ସାହାଜି ଯୁବକ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ମା’ ସାହାଜୀ ଯୁବକ ସଂଘ ପକ୍ଷରୁ ଆଗାମୀ ଦିନରେ ଏକ ପାଠାଗାର ମଧ୍ୟ ଉଦ୍ଘାଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ମା’ ସାହାଜି ଯୁବକ ସଂଘର ସକ୍ରିୟ ସଦସ୍ୟମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ବିବରଣୀ ପଠନ କରିଥିଲେ । କପିଲାଭଟା ପଞ୍ଚାୟତ ଅଞ୍ଚଳରେ ୨୦୨୨ ମସିହାରେ ମାଟ୍ରିକରେ ପୁଅମାନଙ୍କ ମଧ୍ୟରେ ଅଧିକ ମାର୍କ ରଖିଥିବା ଜିତ ବିଶି ଓ ଝିଅମାନଙ୍କ ମଧ୍ୟରେ ଦୁର୍ମିଳା ନାଗଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମା’ ସାହାଜି ଯୁବକ ସଂଘର ସଂଯୋଜକ ପୃଥୀରାଜ ବାଗ ସଭା ସଂଯୋଜନା କରିଥିଲେ । ପରେ ବିଭିନ୍ନ ଶିଶୁ କଳାକାର ଓ ଯୁବ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପରିବେଷଣ ହୋଇଥିବା ବେଳେ ପ୍ରତିଯୋଗୀମାନଙ୍କ ନାଚ ଗୀତରେ ଦର୍ଶକମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଖଣପତି ହଂସ, ହୁତେଶ ବିଶି, ସୁନୀଲ ବିଶି, ଜିତେନ୍ଦ୍ର ହଂସ, ବିକାଶ ଜାଲ, ସୁମିତ ଜାଲ, ରଶ୍ମି ରଞ୍ଜନ ହଂସ, ଦୀପକ ରଞ୍ଜନ ହଂସ, ରୋଶନ ବିଶି, ଟିକେଶ୍ୱର ବିଶି, ଚାନ୍ଦ ଛତ୍ରିଆ, ଦେବାଶିଷ ବିଶି, ସୁଭାଶିଶ ବିଶିଙ୍କ ସମେତ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।