ଗୋପପୁର ଆଶ୍ରମରେ ନୂଆଁଖାଇ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମଠାରେ ନୂଆଁଖାଇ(ନବାନ୍ନ) ଉତ୍ସବ ପାଳିତ ହୋଇଯାଇଛି । ବିଗତ ଶତାଧିକ ବର୍ଷ ହେବ ଏହି ଆଶ୍ରମରେ ଶ୍ରାବଣ ପୂର୍ଣ୍ଣିମାରେ ମହିମା ଧର୍ମାବଳମ୍ବୀ ନୂଆଁଖାଇ ପାଳନ କରି ଆସୁଛନ୍ତି । ପବିତ୍ର ଶ୍ରାବଣ ପୂର୍ଣ୍ଣିମାର ପାଞ୍ଚ ଦିନ ପୂର୍ବରୁ ଛତିଶଗଡ଼ ତଥା ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ସମ୍ବଲପୁର ଏବଂ ବିଭିନ୍ନ ଅଂଚଳରୁ ଅନେକ ସାଧୁସନ୍ଥ, ମହିମାଧର୍ମାବଳମ୍ବୀ ଆଶ୍ରମରେ ପହଂଚିଥିଲେ । ମହିମା ବ୍ରହ୍ମାବଧୂତ ନୃସିଂହ ବାବାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ଣ୍ଣିମା ପୂର୍ବ ସନ୍ଧ୍ୟାରେ ବ୍ରହ୍ମଧୂନୀ ସ୍ଥାପନ ହେବା ସହ ଅଖଣ୍ଡବତୀ ସମର୍ପଣ କରାଯାଇଥିଲା । କରୋନା ମହାମାରୀରୁ ଜଗତକୁ ଉଦ୍ଧାର କରିବା ପାଇଁ କାମନା କରାଯାଇଥିଲା । ପ୍ରତ୍ୟୁଷରୁ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ନବାନ୍ନ ଅର୍ପଣ କରିବା ପରେ ସକାଳେ ନୂଆଁଖାଇ ଥିଲେ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.