
ଶିବତଲା, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ଶିବତଲା ରାମଜୀ ଛକ ନୂଆଁଖାଇ ଭେଟ୍ଘାଟ୍ କମିଟି ଦ୍ୱାରା ୧୫ତମ ନୂଆଁଖାଇ ଭେଟ୍ଘାଟ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଶିବତଲା ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ ଶୂଭଶାନ୍ତି ମାଝୀ ମୁଖ୍ୟ ଅତିଥି, ସମବାୟ ସମିତି ଅଧ୍ୟକ୍ଷ ପ୍ରଦୁମ୍ନ ହୋତା ମୁଖ୍ୟ ବକ୍ତା, ଶିବତଲା ଗ୍ରାମ୍ୟ କମିଟି ସଭାପତି ଛବିଳ ପୂଜାରୀ ସମ୍ମାନିତ ଅତିଥି, ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ନବିନ ସାହୁ, ସଂପାଦନ ହୋଲିଶ୍ୱର ଧରୁଆ, ଅବସରପ୍ରାପ୍ତ ବାୟୁ ସେନା ଶାନ୍ତନୁ କୁମାର ରଣା, ଗଁତିଆ ରିଂକୁ ଦାସ, ଝାଂକର ରାମଚନ୍ଦ୍ର ଭୋଇ ପ୍ରମୁଖ ମଞ୍ଚାଞ୍ଚାସୀନ ଥିଲେ । ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗଣିତ ମଜା, କୁଇଜ, ମ୍ୟୁଜିକ ଚୌକି, ମାଠିଆ ଫଟା, ଇନ୍ ଆଉଟ, ହଲିଆ ଗୀତର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଂଚଳର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ, ସମାଜ ସେବା ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଆମ କଳା, ସଂସ୍କୃତି, ପରଂପରାକୁ ଚିର ଉଜ୍ଜିବୀତ କରିବା ପାଇଁ ଆମ ଗ୍ରାମାଞ୍ଚଳର କଲାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବତଲା ଦେବ ଦୁଲ୍ଦୁଲି ଦର୍ଶକମାନଙ୍କ ମନକୁ ମୋହି ନେଇଥିଲା । ନୂଆଁଖାଇ ଭେଟ୍ଘାଟ୍ କମିଟି ସଭାପତି ମିହିର ପସାୟତ, ସଂପାଦକ ଲୋଚନ ରଣା, କୋଷାଧ୍ୟକ୍ଷ କୁନା ବେହେରା, ସମସ୍ତ ସଭ୍ୟ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ସଇଁତଲା ଆଦର୍ଶ ବିଦ୍ୟାଳୟ ପିଜିଟି ଶିକ୍ଷକ ନିର୍ମଳ ପାଣ୍ଡେ ସଭା ପରିଚାଳନା କରିଥିଲେ । ରାଘବ ରଣା, ରମେଶ ମେହେର, ଗୋପାଳ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ।