ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ । ଏହି ପର୍ବକୁ ସାରା ପଶ୍ଚିମ ଓଡିଶାର ଲୋକେ ପାଳନ କରନ୍ତି । ତେବେ ଏହି ଦିନ ରାଜ୍ୟ ସରକାରଙ୍କ ଛୁଟି ତାଳିକାରୁ ବାଦ୍ ପଡିଥିବା ବେଳେ ସାରା ପଶ୍ଚିମ ଓଡିଶାବାସୀ ଏହି ଦିନ ଛୁଟି କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ । ପରେ ବହୁ ବାଦ ବିବାଦରୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ । କିନ୍ତୁ ଗତକାଲି ମଧ୍ୟ ବଲାଙ୍ଗିର ସହରର କିଛି ଅଫିସ ଖୋଲା ରହିଥିଲା । ତେବେ ଖବର ପାଇ ବଲାଙ୍ଗିର ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନେ ପହଂଚି ଅଫିସ ଗୁଡିକୁ ବନ୍ଦ କରିଥବା ସୂଚନା ମିଳିଛି ।
Next Post