ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

  • ‘ଭାଇଚାରା ଏକତାର ପରିଚୟ ନୂଆଁଖାଇ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳଠାରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ସୁନାମ ଧନ୍ୟ କଳାକାର ମାନେ ନିଜର କଳା ପରିଦର୍ଶନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଗୁରୁଃଶ୍ରୀ ଡ. ଘାସିରାମ ମିଶ୍ର, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବରେ ପୂର୍ବତନ ସାଂସଦ ତଥା ଓଲିଉଡ଼ ସୁପର୍‌ଷ୍ଟାର ଅନୁଭବ ମହାନ୍ତି ଯୋଗ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ, ଆକାଶ ମିଶ୍ର, ନିହାର ରଞ୍ଜନ ବେହେରା, ମୌସମ ମିଶ୍ର, ବଦ୍ରିନାରାୟଣ ମିଶ୍ର, ନବଘନ ଦାସ, ରଶ୍ମିରଞ୍ଜନ ପଟ୍ଟନାୟକ, ସୁଧୀର ଅମାତ ମହିଳା ଶାଖା ସଭାପତି ରୂପା ଦାସ ପ୍ରମୁଖ ମଂଚାସୀନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ନଟରାଜ କଳା ପରିଷଦ, ରୁକୁ ସୁନା, ଆଶିଷ କୁମ୍ଭାର, ବ୍ୟାସଦେବ ପୁରୋହିତ, ଶିବାନନ୍ଦ ତ୍ରିପାଠୀ, ସ୍ୱରୂପା ସିଂ, ବିଜ୍ଞାସି ବାରିକ, ସୃଷ୍ଟିକା ବାରିକ ପ୍ରମୁଖ କଳାକାର ନିଜ କଳା ପରିବେଷଣ କରିଥିଲେ । ସାଂସ୍କୃତିକ ମଞ୍ଚକୁ ମାନଭଂଜନ ମିଶ୍ର ସଂଯୋଜନା କରୁଥିବା ବେଳେ ଅନୁଷ୍ଠାନର ବଲାଙ୍ଗିର ଜିଲ୍ଲା ସହ ସାରା ରାଜ୍ୟର ସଂଯୋଜକ ମାନଙ୍କ ସହ ହଜାର ହଜାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!