ନାଥ ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଥ ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମାନସୀ ମଣ୍ଡପ ବରପାଳିପଡ଼ାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାଥ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା, ଯୁବକ, ଯୁବତୀ ପ୍ରାୟ ୨୦୦ ଜଣ ଯୋଗ ଦେଇଥିଲେ । ପ୍ରଥମରେ ଇଷ୍ଟଦେବୀ ମା’ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରି ଆସିରବାଦ ଭିକ୍ଷା କରାଯାଇଥିଲା । ଆଜି ସଭାରେ ନାଥ ପରିବାରର ଦିବଂଗତ ମାନଙ୍କୁ ଶୋକସଭା ସହିତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ପ୍ରତ୍ୟେକ ପରିବାରର ପରିଚୟ ପ୍ରଦାନ ଓ ସଂସ୍କୃତି କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ସଭାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଯାଇଛି ଯଥା ବୃକ୍ଷରୋପଣ, ରକ୍ତଦାନ ଓ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ସିଦ୍ଧାନ୍ତ ହୋଇଛି । ସଭାପତି ଗୋପଭୂଷଣ ନାଥ ମଞ୍ଚ ପରିଚାଳନା କରିଥିଲେ । ସୋଭମ୍ ନାଥ, ରାମଗୋପାଳ ନାଥ, ବଦ୍ରିକା ନାଥ, ଦୁଲାଲ କୁମାର ନାଥ, ବାସୁଦେବ ନାଥ, ରମେଶ ନାଥ, କିଶୋର କୁମାର ନାଥ, ମନୋଜ କୁମାର ନାଥ, ଶ୍ରାବଣ ନାଥ, ଆୟୁଷ ନାଥ, କାହ୍ନା ନାଥ, ବଣ୍ଟି ନାଥ ପ୍ରମୁଖ ସହଯୋଗ ଦେଇଥିଲେ । ଶେଷରେ କୃଷ୍ଣଚନ୍ଦ୍ର ନାଥ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.