ବଲାଙ୍ଗିର କୁଲୁତା ସମାଜରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପେଲେସ୍‌ ଲାଇନ୍‌ ସ୍ଥିତ ମିନା ଟେଣ୍ଟ ହାଉସ୍‌ ମଣ୍ଡପରେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜରରେ ନୂଆଁଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଜାତିର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡିଙ୍କ ପୂଜା ଓ ପୁଷ୍ପାଞ୍ଜଳି ପରେ ଅନୁଷ୍ଠାନର ସଭାପତି ରବିନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ସମାରୋହ ଅନୁଷ୍ଠିତ ହୋଇଥିଲା । ଦିବଂଗତ ଜାତିଭାଇଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସହ ସଂପାଦକ ମଧୁ ସାହୁ ଉତ୍ସବର ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଓ ସମାରୋହର ବିଶେଷ ଆକର୍ଷଣ କଂସ ଦରବାର ଅନୁଷ୍ଠିତ ହୋଇଥିଲା । ଜାତି ଭାଇ ଅକ୍ଷୟ କୁମାର ଭୋଇ କଂସ ଭୂମିକାରେ ଅତି ନିଖୁଣ ଭାବରେ ତାଙ୍କର ଅଭିନୟ ପ୍ରଦର୍ଶନ କରିବା ସହିତ ପ୍ରତିଟି କାର୍ଯ୍ୟ ତାଙ୍କର ନିର୍ଦ୍ଦେଶରେ ସମାହିତ ହୋଇଥିଲା । ସଂପାଦକ ବିଦେଶୀ ପ୍ରଧାନ ବାର୍ଷିକ ବିବରଣୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ମର୍ଯ୍ୟଦାରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ କୁଲୁତା ଜାତି ପ୍ରଚୀନ ମହାତ୍ମ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ସମ୍ମାନୀୟ ଅତିଥି ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ କୁଲୁତା ଜାତିର କୁଳିନତା ଓ ଏକତା ସମ୍ପର୍କରେ ସମସ୍ତଙ୍କର ଦୃଷ୍ଟିପାତ କରିଥିଲେ । ଏ ଉତ୍ସବରେ କୁଲୁତା ଜାତିର ୩ ଜଣ କୃତି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁନିତା ମାଝିଙ୍କୁ ସମାରୀ ଭୋଇ ସ୍ମୃତି ସମ୍ମାନ, ମଧୁ ସାହୁଙ୍କୁ ରୁକ୍ମଣୀ ଭୋଇ ପ୍ରେରଣା ସ୍ମୃତି ସମ୍ମାନ ଓ ଶାନ୍ତନୁ କୁମାର ଭୋଇଙ୍କୁ ସେବା ସୌରଭ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ମେଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ୮୦ ଶତକଡା ଓ ତଦୁର୍ଦ୍ଧ ମାର୍କ ରଖିଥିବା ମେଧାବୀ ଛାତ୍ରୀଛାତ୍ରୀମାନଙ୍କୁ ପ୍ରସସ୍ଥିପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହା ସହିତ ରକ୍ତଦାନ କରି ଜୀବନ ବଂଚାଇଥିବା ରାମଚନ୍ଦ୍ର ବିଶ୍ୱାଲ ଓ ଜିତେନ୍ଦ୍ର ବିଶ୍ୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଶ୍ରୀ ଆନନ୍ଦିନୀ ସାହୁଙ୍କୁ ଆନ୍ତର୍ଜାତିକ କରାଟେ ବିଭାଗରେ କୃତିତ୍ୱ ପାଇଁ ପ୍ରଶସ୍ତିପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜର ସାଂସ୍କୃତିକ ପ୍ରତିଭାଧାରୀମାଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ମଂଚରେ କଂସ ମହାରାଜ ଅକ୍ଷୟ କୁମାର ଭୋଇ ଓ ତାଙ୍କର ସହଯୋଗୀମାନଙ୍କୁ କଳାକାର ସମ୍ମାନରେ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସାହୁ, ସାନ୍ତନୁ ପାତ୍ର, ପ୍ରହଲ୍ଲାଦ ଭୋଇ, ସୁଦର୍ଶନ ସାହୁ, ସଂଜିବ ସାମଲ, ରୁପକ ପ୍ରଧାନ, ଲକ୍ଷ୍ମଣ ବିଶ୍ୱାଲ, ଦିନେଶ ଭୋଇ, ସୂର୍ଯ୍ୟ ଭୋଇ, ମନୋଜ ବିଶ୍ୱାଲ, ବୃନ୍ଦାବନ ସାହୁ, ଶିରମଣି ସାହୁ, ସୁନିଲ ମାଝୀ, ସୁରଥ ପ୍ରଧାନ, ରାହାସ ମାଝୀ, ସୁଧିର ଭୋଇ, ଜ୍ୟୋସ୍ନା ପ୍ରଧାନ, କୁନ୍ତଲା ଗଡତ୍ୟା, ସଂଗିତା ମାଝୀ ପ୍ରମୁଖ ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ । ଏଥିରେ ୧୫ ଶହରୁ ଅଧିକ ଭାଇଭଉଣୀ ସାମିଲ ହୋଇଥିଲେ । ଶେଷରେ ସମାଜର କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମାଜର ଉନ୍ନତି କ୍ଷେତ୍ରରେ ତଥା ଏକତା ପାଇଁ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.