oom

କନାବିରା ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କନାବିରା ଗାଁରେ ଗଣେଷ ପୂଜା କମିଟୀ ଓ ଗ୍ରାମବାସୀଙ୍କ ପକ୍ଷରୁ ନୂଆାଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟୀର ସଭାପତି ହୃଷି କାଣ୍ଡଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ମୁଖ୍ୟବକ୍ତା ଭାବେ ଭିର୍କାପଡା ସ୍କୁଲର ପ୍ରଧାନଶିକ୍ଷକ ମନୋଜ ଭରାସଗରିଆ, ବିଶେଷ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ତଥା ଅର୍ଗସ ନ୍ୟୁଜ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସ, ସମ୍ମାନୀୟ ଅତିଥି ଭାବେ ଚୁଲିଫୁଙ୍କା ପଂଚାୟତ ସମିତି ସଭ୍ୟାଙ୍କ ପ୍ରତିନିଧି ଅନିଳ ମାଝୀ, ଯାଦବ ନେତା ପ୍ରତାପ ଭାଟି, ନାଏବ ସରପଞ୍ଚ କୁନୁ ଭରାସଗରିଆ, ବିଜେପି ଓବିସି ମୋର୍ଚ୍ଚା ସଭାପତି ଧନସିଂ ନାଗ, ପୂର୍ବତନ ୱାର୍ଡମେମ୍ବର ସହଦେବ କାଣ୍ଡ, ଅଶୋକ ଛୁରା, ପରମେଶ୍ୱର ନାଗ, ତ୍ରିପୁରାରି ଭରାସଗରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃଷିଭିତ୍ତିକ ଓ ଭାଇଚାରାର ପର୍ବ ନୂଆଁଖାଇରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ରହିଛି । ଏହି ଗଣପର୍ବ ଭାବର ଆଦାନ ପ୍ରଦାନ କରିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନରେଶ ବାଗ ସଂଯୋଜନା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରମାନନ୍ଦ ଭାଟି, ଦିଲିପ କାଣ୍ଡ, ଆଶିଷ ଭାଟି, ସଞ୍ଜିବ କାଣ୍ଡ, ଭରତ କାଣ୍ଡ, ହେମରାଜ ଭାଟି, ଦୁଶାସନ କାଣ୍ଡ, ବନ୍ତ ଭାଟି, ଜିତେନ ଘିଭେଲା, ଗଙ୍ଗା ଭାଟି, କରଣ ଭାଟି, ମନ ଭାଟି, ଟୁନା ଭାଟି, ଟେକେଶ୍ୱର କାଣ୍ଡ, କେବଲ କାଣ୍ଡଙ୍କ ସହ ଆୟୋଜକ କମିଟୀର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.