shyamal

କେସିଙ୍ଗା ବ୍ଲକର ୩ ଖଣ୍ଡ ଗାଁରେ ନୂଆଁଖାଇ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆଗୁଆ ଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପଥର୍ଲା, ବହାଦୁରପଦର ଓ ପଲକାପଡା ଗ୍ରାମରେ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ସର୍ବପ୍ରଥମେ ପଥର୍ଲା ଗୌନ୍ତିଆ ଦୈପାଲ ମାଝୀ ଗାଁର ଇଷ୍ଟ ଦେବାଦେବୀ ଖମ୍ବେଶ୍ଵରୀ, ଗମଖାଇ, କାଳୀ ସୁନ୍ଦରୀ, ବୁଢାରାଜାଙ୍କୁ ପୂଜାର୍ଚନା କରିବା ପରେ ଇଷ୍ଟ ଦେବାଦେବୀଙ୍କୁ ନବାର୍ଣ୍ଣ ଭୋଗ ଲାଗିଥିଲା । ପରେ ଗାଁର ବୟୋଜ୍ୟେଷ୍ଠ ଲୋକ ଏବଂ ଜନସାଧାରଣ ନିଜ ନିଜ ପୂର୍ବ ପୁରୁଷ, ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି କୁରେଇ ପତ୍ରରେ ନବାର୍ଣ୍ଣ ଭୋଗ ଲଗାଇଥିଲେ । ପରେ ଗାଁ ଗୌନ୍ତିଆ ପରିବାରଙ୍କ ସମେତ ପଥର୍ଲା, ବହାଦୁର ପଦର ଏବଂ ପଲକା ପଡା ଲୋକେ ବେଶ ହସଖୁସି ସହିତ ନିଜ ନିଜ ପରିବାର ସହ ଏକତ୍ରିତ ହୋଇ ନବାର୍ଣ୍ଣ ଭକ୍ଷଣ କରିଥିଲେ । ଶେଷରେ ନୂଆଁଖାଇ ଜୁହାର ଓ ଭେଟ୍‌ଘାଟ୍‌ ପରମ୍ପରାରେ ଛୋଟମାନେ ବଡ ଲୋକଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିଥାନ୍ତି । କଳାହାଣ୍ଡିର ବୀରବାଦ୍ୟ ଘୁମୁରା, ଢୋଲ, ମହୁରୀ, ନିଶାନ ବାଜାରେ ସାରା ପୁରପଲ୍ଲୀ କମ୍ପି ଥାଏ । ଦୀର୍ଘ ବର୍ଷ ପୂର୍ବରୁ ନାଗବଂଶ ରାଜାଙ୍କ ଶାସନକାଳରୁ ପଥର୍ଲା ଗାଁ ଲୋକେ ସର୍ବ ପ୍ରଥମେ ନୂଆଖାଇ ପାଳନ କରି ଆସୁଅଛନ୍ତି । ପଥର୍ଲା ଗୌନ୍ତିଆଙ୍କୁ ନାଗ ବଂଶୀୟ ରାଜା ନିଜ ଇଚ୍ଛା ଅନୁସାରେ କିଛି ଉପହାର ଦେବାକୁ ଚାହିଁବାରୁ ଗୌନ୍ତିଆ ସର୍ବପ୍ରଥମେ ପଶ୍ଚିମ ଓଡିଶାର ନୂଆଖାଇ ପର୍ବ ସେ ପାଳନ କରିବେ ବୋଲି ରାଜାଙ୍କୁ ନିଜ ଇଚ୍ଛା ପ୍ରକାଶ କରିଥିଲେ । ସେହି ଉପହାର ସ୍ୱରପ ପଥର୍ଲା ସମେତ ଅନ୍ୟ ୨ ଟି ଗ୍ରାମବାସୀ ପ୍ରଥମେ ନୂଆଖାଇ ଥାଆନ୍ତି ।

purusottam
Leave A Reply

Your email address will not be published.