oom

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲର ଡ଼ିଗ୍ରୀ କଲେଜରେ ଶୁକ୍ରବାର ଅନୁଷ୍ଠିତ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ନୋଡାଲ ଅଫିସର ତଥା ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶୟତ ସଭା ପରିଚାଳନା କରିଥିଲେ । ଆଜି ତିନୋଟି ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଫୁଟବଲ ଖେଳ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁ ପରିଚାଳନା କରିଥିଲେ ଖେଳ ଶିକ୍ଷକ ଶରତ ପଧାନ ଓ ସହଯୋଗ କରିଥିଲେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ଛନ୍ଦା ଚରଣ ଖୁଣ୍ଟିଆ, ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଫାଲଗୁନି ଦାସ, କୈଳାସ ଯାନୀ, ବାବୁଲା ନାଏକଙ୍କ ସହିତ ଅଭୟ ଦାସ, ଲଳିତ ବଘାର, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, ଶଶୀ ପଶାୟତ ଓ ଦିଲୀପ ଘିଭେଲା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.