
ଭୁବନେଶ୍ୱର : ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି ।