ଗତ ୨୪ ଘଂଟାରେ ରାଜ୍ୟରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫୫୯୨୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୮୬୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୨୬, ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୬୮, ଭଦ୍ରକରୁ ୨୦୯, ବଲାଙ୍ଗିରରୁ ୫୩, ବୌଦ୍ଧରୁ ୫୪, କଟକରୁ ୪୮୦, ଦେବଗଡ଼ରୁ ୨୬, ଢେ଼ଙ୍କାନାଳରୁ ୧୪୪, ଗଜପତିରୁ ୩୬, ଗଂଜାମରୁ ୨୯, ଜଗତସିଂହପୁରରୁ ୧୪୩, ଯାଜପୁରରୁ ୨୦୭, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୬୨, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୮୧, କେଉଁଝରରୁ ୯୨, ଖୋର୍ଦ୍ଧାରୁ ୭୦୦, କୋରାପୁଟରୁ ୬୫, ମାଲକାନଗିରିରୁ ୫୦, ମୟୁରଭଂଜରୁ ୧୫୮, ନବରଂଗପୁରରୁ ୭୮, ନୟାଗଡ଼ରୁ ୧୪୯, ନୂଆପଡ଼ାରୁ ୧୪, ପୁରୀରୁ ୨୫୫, ରାୟଗଡ଼ାରୁ ୬୪, ସମ୍ବଲପୁରରୁ ୫୪, ସୋନପୁରରୁ ୮୪, ସୁନ୍ଦରଗଡ଼ରୁ ୧୭୮ ଓ ଷ୍ଟେଟ ପୁଲ୍‌ରୁ ୧୦୯ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.