ଗତ ୨୪ ଘଂଟାରେ ୮୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୨୨୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୯୯୫୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୪୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡ଼ରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡ଼ରୁ ୬୩, ଢେ଼ଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଂଜାମରୁ ୧୫୬, ଜଗତସିଂହପୁରରୁ ୩୮୨, ଯାଜପୁରରୁ ୫୦୭, ଝାରସୁଗୁଡ଼ାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୬୫, କେଉଁଝରରୁ ୧୭୯, ଖୋର୍ଦ୍ଧାରୁ ୧୨୨୨, କୋରାପୁଟରୁ ୨୫୫, ମାଲକାନଗିରିରୁ ୯୬, ମୟୁରଭଂଜରୁ ୩୪୨, ନବରଂଗପୁରରୁ ୨୬୪, ନୟାଗଡ଼ରୁ ୨୮୫, ନୂଆପଡ଼ାରୁ ୪୦, ପୁରୀରୁ ୪୬୭, ରାୟଗଡ଼ାରୁ ୯୦, ସମ୍ବଲପୁରରୁ ୧୭୭, ସୋନପୁରରୁ ୧୫୬, ସୁନ୍ଦରଗଡ଼ରୁ ୨୪୪ ଓ ଷ୍ଟେଟ ପୁଲ୍‌ରୁ ୨୨୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.