ଗତ ୨୪ ଘଂଟାରେ ରାଜ୍ୟରେ ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୧,୨୬୨ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୮୬୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୫୯, ବାଲେଶ୍ୱରରୁ ୪୦୦, ବରଗଡ଼ରୁ ୩୬୭, ଭଦ୍ରକରୁ ୩୭୭, ବଲାଙ୍ଗିରରୁ ୧୬୬, ବୌଦ୍ଧରୁ ୨୬୧, କଟକରୁ ୧୧୩୩, ଦେବଗଡ଼ରୁ ୧୦୩, ଢେ଼ଙ୍କାନାଳରୁ ୩୫୧, ଗଜପତିରୁ ୬୭, ଗଂଜାମରୁ ୧୫୫, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୫୬୪, ଝାରସୁଗୁଡ଼ାରୁ ୨୨୮, କଳାହାଣ୍ଡିରୁ ୪୦୭, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୩୦୯, କେଉଁଝରରୁ ୨୦୦, ଖୋର୍ଦ୍ଧାରୁ ୧୦୧୦, କୋରାପୁଟରୁ ୧୭୫, ମାଲକାନଗିରିରୁ ୯୮, ମୟୁରଭଂଜରୁ ୬୬୨, ନବରଂଗପୁରରୁ ୩୨୨, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୪୪, ପୁରୀରୁ ୪୩୦, ରାୟଗଡ଼ାରୁ ୧୭୭, ସମ୍ବଲପୁରରୁ ୩୭୯, ସୋନପୁରରୁ ୨୦୪, ସୁନ୍ଦରଗଡ଼ରୁ ୭୨୯ ଓ ଷ୍ଟେଟ ପୁଲ୍‌ରୁ ୨୦୩ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.