ବଲାଙ୍ଗିର, (କେପିଏନ୍ଏସ୍) : କୁନି ଝିଅ ଟିଏ, ନା ତାଙ୍କର ସାଏସା ଅଗ୍ରୱାଲ । ସେ ବଲାଙ୍ଗିର ସହରରେ ରହୁଥିବା ବେଳେ ଏକାଡେ଼ମିକ୍ ହାଇଟସ୍ ପବ୍ଲିକ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ହେଲେ ଚମତ୍କାର ଡ୍ୟାନ୍ସ କରୁଛନ୍ତି । ଆଉ ନିଜ ମା’ ମାଟିର ନା ରଖିଛନ୍ତି । ତୁଳସୀ ଦୁଇ ପତ୍ର ବାସେ ଭଳି ସାଏସା ଛୋଟ ବେଳରୁ ହିିଁ ଏହି ଓଡ଼ିଶୀ ଡ୍ୟାନ୍ସ ପ୍ରତି ଆଗ୍ରହୀ ରହିଥିଲେ । ସମୟର ତାଳେ ତାଳେ ସେ ଅଭ୍ୟାସ କରି ଏବେ ପୁରା କମାଲ ଡ୍ୟାନ୍ସ କରୁଛନ୍ତି । ମା’ ବାପାଙ୍କ ବିଶେଷ ସପୋର୍ଟ ଓ ଆଶୀର୍ବାଦ ଯୋଗୁଁ ସେ ପାଠ ଯେମିତି ଭଲ ପଢନ୍ତି, ଡ୍ୟାନ୍ସ ବି ସେତିକି ସୁନ୍ଦର କରନ୍ତି । ସ୍କୁଲର ମଂଚରେ ପ୍ରଥମେ ସାଏସା ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ, ଆଉ ଏବେ କେତେବେଳେ ବଲାଙ୍ଗିର ମାଟିର ବଡ଼ ମଂଚ ତ ଆଉ କେତେବେଳେ ରାଜ୍ୟ ରାଜଧାନୀର ବଡ଼ ବଡ଼ ମଂଚରେ ଡ୍ୟାନ୍ସ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସାଏସା । ପାଠପଢା କ୍ଷେତ୍ରରେ ସେ ଆଇଏଏସ୍ ଅଫିସର ହେବା ସହ ସୁନାମ ଧନ୍ୟ ଓଡ଼ିଶୀ ନୃତ୍ୟଶିଳ୍ପୀ ହେବା ତାଙ୍କର ଲକ୍ଷ୍ୟ ରହିଛି ।