
ବାଲିପାଟଣା : ଜଣେ ନୃଶଂସ ପତ୍ନୀ ସ୍ୱାମୀଙ୍କୁ ମାରି ବାଡ଼ିରେ ପୋଡି ଦେଇଥିବା ଜଣାପଡ଼ିଛି । ବାଲିପାଟଣା ଥାନା ବନମାଳିପୁର ଗ୍ରାମର ନିଧିରାମ ଗିରି ୩ ମାସ କାଳ ନିଖୋଜ ଘଟଣା ଉପରୁ ଏବେ ପରଦା ଉଠିଛି । ଶେଷରେ ଗତକାଲି ପତ୍ନୀ ଲିଲି ସ୍ୱାମୀଙ୍କୁ ହତ୍ୟା କରି ପୋଡି ଦେଇଥିବା କଥା ସ୍ୱୀକାର କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଆଜି ପତିହନ୍ତା ପତ୍ନୀଙ୍କୁ ପୁଲିସ ୠିରଫ୍ କରିଥିବା ଜଣାପଡ଼ିଛି । ସାଇଣ୍ଟିଫିକ ଟିମ ସକାଳ ସାଢେ ୯ ଟାରେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବାଲିପାଟଣା ଅତିରିକ୍ତ ତହସିଲଦାର ବିଭାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୋଡା ଯାଇଥିବା ସ୍ଥାନରୁ ମୃତ ବ୍ୟକ୍ତିଙ୍କ ଶରୀରର ହାଡ଼, ଖପୁରୀ, ହତ୍ୟାରେ ବ୍ୟବହୃତ ହେମଦସ୍ତା ଏବଂ ଅନ୍ୟାନ୍ୟ ସାମଗ୍ରୀ ସାଇଣ୍ଟିଫିକ ଟିମ୍ ଜବତ କରିଛି ।
ଆଲୋଚନା ହେଉଛି, ପ୍ରତ୍ୟେକ ଦିନ ନିଧିଙ୍କୁ ୧ ହଜାର ଟଙ୍କା ଦେବା ପାଇଁ ଦାବି କରୁଥିଲା ଲିଲି । ସ୍ବଳ୍ପ ରୋଜଗାର ଭିତରେ ସେ ଏତେ ଟଙ୍କା ଦେବାକୁ ସକ୍ଷମ ହେଉ ନ ଥିଲେ ଜ୍ଝ ଫଳରେ ଅନେକ ସମୟରେ ସ୍ତ୍ରୀର ନିର୍ୟାତନାର ଶିକାର ହେଉଥିଲେ ମଧ୍ୟ ।