ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସି.ଭି ରମଣଙ୍କ ଜିବନୀ ଉପରେ ଏକ ଆଲୋଚନା ଚକ୍ର ‘ରମଣ ଇଫେକ୍ଟ ‘ରଖାଯାଇଥିଲା । ଛାତ୍ରଛାତ୍ରୀମାନେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଭାଷଣ ଓ କବିତା ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମର ସଭାପତି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ କଳିକା ନାମରେ ପତ୍ରିକା ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ଗମାଙ୍ଗ, ଅନନ୍ୟା ସାମଲ ଓ ଶୁଭ ଦର୍ଶିନୀ ଷଡ଼ଙ୍ଗୀ ବିଜ୍ଞାନର ଗୁରୁତ୍ଵ ପୂର୍ଣ୍ଣ ଆଲୋଚନାରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ପ୍ରତାପ ସବର ଦିଲ୍ଲୀପ କୁମାର ବେହେରା, ଦିବାକର ସେଠୀ, ମୋନାଲିସା ସାହୁ, କେଶିରାମ ହେମ୍ବ୍ରମ, କଲ୍ୟାଣୀ ବଳବନ୍ତରାୟ, ଶାନ୍ତ ସବର, ସରୋଜିନୀ ଦାସ ପ୍ରମୁଖ ଶିକ୍ଷକମାନେ ବିଜ୍ଞାନର ଉପକାରିତାକୁ ବଝାଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜିକା ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରିୟା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।