ଡେଲାଙ୍ଗରେ ୨୫୦ ଛାତ୍ରଛାତ୍ରୀ ନବୋଦୟ ପରୀକ୍ଷା ଦେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜବାହାର ନବଦୋୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧୟନ ପାଇଁ ପ୍ରବେଶିକା ପରୀକ୍ଷା ବୁଧବାର ଡେଲାଙ୍ଗ ବ୍ଲକ ରବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରଧାକାନ୍ତ ଉଚ୍ଚ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ୨୯୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୨୫୦ ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ୪୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତି ରହିଥିଲେ । ବେରବୋଇ ଉଚ୍ଚ ବିଦ୍ୟାଳୟରେ ୧୬୮ ଜଣଙ୍କ ମଧ୍ୟରୁ ୧୪୧ ଜଣ ପରୀକ୍ଷା ଦେଇଥିବା ବେଳେ ରଧାକାନ୍ତ ବିଦ୍ୟାପୀଠରେ ୧୨୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୯ ଜଣ ଏହି ପରୀକ୍ଷା ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.