ppurohit

ଦେଓଗାଁ ବ୍ଲକରେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ : ଆଗାମୀ ଦୁଇ ବର୍ଷରେ ପ୍ରତ୍ୟେକ ଘରକୁ ପିଇବା ପାଣି ନିଶ୍ଚିତ କରାଯିବ – ନରସିଂହ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତ୍ୟେକ ଜନ ମଙ୍ଗଳ ପ୍ରକଳ୍ପ ଲୋକଙ୍କ ପାଖରେ ପହଞ୍ôଚବା ହେଉଛି ଲୋକଙ୍କ ଅଧିକାର । ତେଣୁ ଯେତେ ସବୁ ଯୋଜନା ଅଛି ସେସବୁକୁ ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚାଇବା ଜନ ପ୍ରତିନିଧିଙ୍କ କର୍ତ୍ତବ୍ୟ ଅଟେ ଏବଂ ଜନ ପ୍ରତିନିଧି ସବୁବେଳେ ଜନତାଙ୍କ ପାଇଁ କାମ କରିବା ଅନିବାର୍ଯ୍ୟ ଅଟେ ବୋଲି ଆଜି ଦେଓଗାଁ ବ୍ଲକ ସ୍ଥିତ ଧଣ୍ଡାମାଲ ପଂଚାୟତର ପିପଲପଦର ଏବଂ ବନ୍ଧପଡା ପଂଚାୟତର ବନ୍ଧପଡା ଠାରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ସେ ଗାଁକୁ ଗାଁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରତ୍ୟେକ ଘରକୁ ପିଇବା ପାଣି ନିଶ୍ଚିତ କରିବେ । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ପିପଲପଦର ଠାରେ ଉପସ୍ଥିତ ଲୋକେ ତାଙ୍କର ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିଲେ । ଗାଁ ପାଇଁ ଏକ ଖେଳ ପଡିଆ, କଲ୍ୟାଣ ମଣ୍ଡପ, ରାସ୍ତା ପାଇଁ ଲୋକେ ଦାବୀ କରିଥିଲେ ତାଛଡା ଚାଷୀମାନେ ସମ୍ଭାବ୍ୟ ମରୁଡିର କ୍ଷତିପୂରଣ କିପରି ପାଇପାରିବେ ସେ ଉପରେ ବିଧାୟକଙ୍କୁ ପ୍ରଶ୍ନ ପଚାରିଥିଲେ । କ୍ଷୟକ୍ଷତି ଆକଳନ ସମୟରେ ଅଧିକାରୀମାନେ ଯେମିତି ଠିକ୍‌ ତଥ୍ୟ ଲେଖିବେ ଏବଂ ଦସ୍ତଖତ ସମୟରେ ଚାଷୀ ସମସ୍ତ ତଥ୍ୟକୁ ପଢିସାରିଲା ପରେ ହିଁ ରିପୋର୍ଟରେ ଦସ୍ତଖତ କରିବାକୁ ବିଧାୟକ ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅନ୍ୟଥା କ୍ଷୟକ୍ଷତି ଆକଳନ କରୁଥିବା ସଂସ୍ଥାମାନେ ବିଭିନ୍ନ ସମୟରେ ମିଥ୍ୟା ତଥ୍ୟ ଦେଉଥିବା ନଜିର ରହିଛି ବୋଲି ଶ୍ରୀ ମିଶ୍ର ଉତ୍ତରରେ କହିଥିଲେ । ଆଜିର ଏହି ସବୁ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର, ସାଂସଦ ଶ୍ରୀମତୀ ସିଂଦେଓଙ୍କ ବ୍ୟତୀତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ସାଂସଦ ପ୍ରତିନିଧି ଅମିତ ସିଂ ନିନା, ବିଧାୟକଙ୍କ ପ୍ରତିନିଧି କାନ୍ତେଶ୍ୱର ପଧାନ, ବ୍ଲକ ସଭାପତି ରାମଜୀ ଚୈାଧୁରୀ, ଶିକ୍ଷାବିତ୍‌ ସଂକୀର୍ତ୍ତନ ବାଗ, ଯୁବନେତା ପପୁ ପାତ୍ର, ଶୁଭ୍ରାଂଶୁ ପଣ୍ଡା, କୁନା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.