oum

ସମାକୁଦ ଧୁବୁଲାହୁଳି ଜଙ୍ଗଲରେ ଜଳୁଛି ନିଆଁ

jsm

ତେଲକୋଇ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ରାଇସୁଆଁ ପଞ୍ଚାୟତର ସମାକୁଦ ଧୁବୁଲାହୁଳି ଜଙ୍ଗଲରେ ନିଆଁ ଜଳୁଥିବା ଖବର ମିଳିଛି । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । ସଂଧ୍ୟା ହେଲେ ନିଆଁର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗୁଛି । ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ଜଙ୍ଗଲରେ ଥିବା ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ଫଳରେ ଶିକାରୀଙ୍କ ହାବୁଡ଼ରେ ପଡି ପ୍ରାଣ ହରାଉଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ପଦକ୍ଷେପ ନେଉ ନ ଥିବାରୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.