ବଲାଙ୍ଗିର ବାଇପାସ୍‌ ରାସ୍ତା ପାଇଁ ୨୫୦.୪୮ କୋଟି ଅନୁଦାନ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଦେଲେ ସାଂସଦ ସଂଗୀତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବାଇପାସ୍‌ ରାସ୍ତା ପାଇଁ ୨୫୦.୪୮ କୋଟି ଅନୁଦାନ ମଂଜୁରି ନିମନ୍ତେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଦେଇଛନ୍ତି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ । ସୂଚନାଯୋଗ୍ୟ ଯେ, ପୂର୍ବରୁ ବଲାଙ୍ଗିର ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ୧୯୦ କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ତାହା ଖର୍ଚ୍ଚ ହୋଇସାରିଛି । ତେବେ ଏଥିପାଇଁ ଆବଶ୍ୟକ ବାକି ୨୫୦.୪୮ କୋଟି ଟଙ୍କା ମଂଜୁରି ପାଇଁ ବଲାଙ୍ଗିର ସାଂସଦ ଶ୍ରୀମତୀ ସିଂହଦେଓ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ନୀତିତ ଗଡ଼କରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.