ସବୁ ବେଳେ ଅସହାୟଙ୍କ ସେବାରେ ଉତ୍ସରଗୀକୃତ ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଗତ ୭ ତାରିଖ ଦିନ ତେନ୍ତେଲ ଶିରା, କର୍ଲାଜୁରି ଠାରେ ଝୁଲନ୍ତା ଅବସ୍ଥାରେ ଏକ ଶବ ଉଦ୍ଧାର କରିଥିଲେ ଭଟଲି ପୋଲିସ । ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଆନୁମାନିକ ବୟସ ପାଖାପାଖି ୪୦ରୁ ୪୫ ବର୍ଷ ହେବ । ତାଙ୍କ ମୃତ ଶରୀର ସମ୍ପୂର୍ଣ୍ଣ ପଚି ଶଢ଼ି ଯାଇ ଶହ ଶହ ପୋକ ଲାଗି ଯାଇଥିଲେ । ଅନେକ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶବର ଅବସ୍ଥା ଏପରି ହୋଇଛି ଯାହା ପୋଷ୍ଟ କରିବା ସମ୍ଭବ ପର ନୁହେଁ । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପରିଚୟ ମିଳି ପାରିନାହିଁ । ୭୨ ଘଣ୍ଟା ଶବ ସଂରକ୍ଷଣ ଗୃହରେ ରଖିବା ପରେ । ଆଜି ଭଟଲି ଥାନା ଅଧିକାରୀ ରଞ୍ଜିତ ନାଏକଙ୍କ ନିର୍ଦ୍ଦେଶ ଅନୁସାରେ ଏଏସ୍‌ଆଇ ବିରଞ୍ଚି ବାରିକଙ୍କ ଉପସ୍ଥିତିରେ ମୃତକଙ୍କୁ ମାଟି ଦିଆଯାଇଥିଲା । ଏହି ମହତ କାର୍ଯ୍ୟରେ ନିଷ୍ଠା ପରିବାର ସଦସ୍ୟ ରୋହିତ ସାହୁ, ପ୍ରଦୀପ ଛତର, ମମତା ବାଗ ପ୍ରମୁଖ ଉପସ୍ଥିତ ରହି ମାଟି ଦେଇଥିଲେ ।

Leave A Reply

Your email address will not be published.