ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ବିତୀୟ ଲହରରେ କବଳିତ ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ଆଜି ତା ୨୬/୦୫/୨୦୨୧ରିଖ ସକାଳ ୯ଟାରେ ନିଷ୍ଠା ପରିବାରର ଉପଦେଷ୍ଠା ଦୁର୍ବାଦଳ ଷଢଙ୍ଗୀ ପତାକା ଦେଖାଇ ଆମ ନିଷ୍ଠା ଭବନ ସମ୍ମୁଖରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର କେମ୍ଫ ଛକ, ଖଣ୍ଡହଥା, ଅସୁରଗଡ, ତେଲିଟିକ୍ରା, ଅଡଗାଁ, ସହଁରାପାଲି, ନୂଆଁଗଡ, ତାଲପାଲି, ବରମକେଲେ ଗାଁକୁ ଯାଇ ଲିଫଲେଡ ଓ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଦେଲେ ଅବହେଳା ନ ହୋଇ କରୋନା ପରୀକ୍ଷଣ କରିବା, ମାସ୍କ ପିନ୍ଧିବା, ଅଯଥାରେ ଭିଡ ନକରିବା, ତାସ ଖେଳରୁ ନିବୃତ ରହିବା, ରୋଗୀଙ୍କୁ ଘୃଣା ନ କରିବା ଓ ଅନ୍ୟାନ୍ୟ ବିଷୟରେ ସଚେତନ କରିବା ସହ ଟୀକା ନେବା ପାଇଁ ଲୋକଙ୍କୁ ସୁଚନା ଦେଇଥିଲେ । ତା ସହ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ନିଷ୍ଠା ପରିବାରର ଦିବା ରାତ୍ର ସେବାର ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ କ୍ଷୀରୋଦ୍ର ସାହୁ ତ୍ରୀପୁରା ସୁହୁଲା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଦିର୍ଘ ଦଶନ୍ଧି ଧରି ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର କାର୍ୟ୍ୟ କରିଆସୁଛି ।

Leave A Reply

Your email address will not be published.