oom

ଲିଓ କ୍ଳବ ଅଫ୍ ବରଗଡ ୟୁଥ୍ ତରଫରୁ ବରଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

jsmm

ବରଗଡ, (ସତ୍ୟନାରାୟଣ ପଧାନ) : ବିକାଶ ଅଡିଟୋରିୟମ୍‌ ବରାହଗୋଡା ଠାରେ ଲିଓ କ୍ଳବ ବରଗଡର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସମାଜସେବା ଏବଂ କରୋନା ମହାମାରୀ ସମୟର ସେବା କାର୍ୟ୍ୟ ପାଇଁ ବରଗଡ, ଖଣ୍ଡହଥାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରକୁ “କର୍ମ ଯୋଦ୍ଧା” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଗତକାଲି ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ ବେଣୁମାଧବ ଦୋରା, ସମ୍ମାନୀତ ଅତିଥି ଭାବରେ ଡି. ମୁରଲି କ୍ରିଷ୍ଣା, ଜି. ଭାସ୍କର ରାଓ, ସୁମିତ ଅଗ୍ରୱାଲ, ଜୟନ୍ତୀ ବେହେରା, ମନୋଜ ଅଗ୍ରୱାଲ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ, ଉପ ସଭାପତି କ୍ଷିରୋଦ୍ର ସାହୁ, ଉପଦେଷ୍ଟା ବିଦ୍ୟାଧର ଭୋଇ, ସଦସ୍ୟ ସଦାଶିବ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ନିଷ୍ଠା ପରିବାର ତରଫରୁ ଲିଓ କ୍ଳବ ବରଗଡକୁ ଅନେକ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.