ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକରେ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରିଣୀ ବୈଠକ ମାଲପଡା ସ୍ଥିତ ରେଲୱେ ଉପଭୋକ୍ତା ସଂଘ ଅଫିସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସଂପାଦକ ମଧୁସୂଦନ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ପରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରୁ ଲନ୍‌ ବଲରେ ବଲାଙ୍ଗିର ରାଧାରାଣୀ ପଡାର ରାଜେଶ୍ୱରୀ ସେଠ ଭାରତୀୟ ଦଳ ତରଫରୁ ଖେଳିବା ପାଇଁ ଚୟନ ହୋଇ ବଲାଙ୍ଗିରର ଗର୍ବ ଗୌରବ ବଢାଇଥିବାରୁ ଆଜି ନାଗରିକ କମିଟି ତରଫରୁ ତାଙ୍କୁ ସମ୍ମାନିତ କରି ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ତତ୍‌ ସଙ୍ଗେସଙ୍ଗେ ଜିଲ୍ଲା ଲନ୍‌ ବଲ ସଂଘର ସଂପାଦକ ତଥା ଓଡିଶା ଲନ୍‌ ବଲ ସଂଘ ଉପ-ସଭାପତି ସୁମିତ ରଂଜନ ପୁରୋହିତଙ୍କୁ ମଧ୍ୟ ତାଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ପରେ ନାଗରିକ କମିଟିର ନବୀକରଣ କିପରି ହୋଇପାରିବ ତାର ସମସ୍ତ କାଗଜାତ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା । ସମସ୍ୟା ବହୁଳ ବଲାଙ୍ଗିରରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି, ହସପିଟାଲରେ କେବିନର ସୁବିଧା ନାହିଁ, ଯିବା ଅସିବା ପାଇଁ ଟାଉନ ବସର ସୁବିଧା ନାହିଁ, ସହରରେ ଥିବା ଜଳାଶୟ ସବୁ ବ୍ୟବହାର ଯୋଗ୍ୟ ନୁହେଁ, ଅଳିଆ ଆବର୍ଜନା ସବୁ ଏଣେତେଣେ ଫିଙ୍ଗି ପରିବେଶ ନଷ୍ଟ ହେଉଛି । ଏହି ସବୁ ବିଷୟକୁ ଗୁରୁତ୍ୱର ସହ ବିଚାର କରି ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ନିଷ୍ପତ୍ତି ହୋଇଛି । ପୁନଶ୍ଚ ଖଣି ଖନନ ଓ ଖଣି ଲିଜ୍‌ ଉପରେ ଆଲୋଚନା କରାଯାଇ ଏହା ବଲାଙ୍ଗିର ପାଇଁ ବରଦାନ କିମ୍ବା ଅଭିଷାପ ତାକୁ ପରୀକ୍ଷା ନିରିକ୍ଷା କରି ପରବର୍ତ୍ତି ପଦକ୍ଷେପ ନେବାପାଇଁ ଆଲୋଚନା ହୋଇଥିଲା । ଆଲୋଚନାରେ ଶରତ ମହାକୁର, ତରୁଣ ମିଶ୍ର, ସତ୍ୟବାଦୀ ନାଏକ, ସୁମିତ ପୁରୋହିତ, ପ୍ରଫୁଲ୍ଲ ମିଶ୍ର, ଅନିଲ ନନ୍ଦ, ମୋତିଲାଲ ସାହୁ, ଚନ୍ଦ୍ରମଣୀ ଭାଟି, ପିତାମ୍ବର ବନଛୋର, ମହେନ୍ଦ୍ର ଦର୍ଜି, ନିତ୍ୟାନନ୍ଦ ମିଶ୍ର, ପ୍ରକାଶ ନେପାକ, ପ୍ରଦୀପ ସହୁ ଓ ଡା. ପ୍ରମୋଦ କୁମାର ମିଶ୍ର ଅଂଶ ଗ୍ରହଣ କରିଥିଲେ । ଶେଷରେ ସହ ସଂପାଦକ ସୁନିଲ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.