ଆନ୍ତର୍ଜାତିକ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ର‍୍ୟାଲି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଆନ୍ତର୍ଜାତୀକ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ ସେବନ ନିଷେଧ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା ର‍୍ୟାଲି ଆୟୋଜିତ ହୋଇଯାଇଛି । ଜିଲ୍ଲା ଅବକାରୀ ବିଭାଗ ଏବଂ ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ରେଲିରେ ସୁସ୍ଥ ଜୀବନକୁ ହଁ, ନିଶା ସେବନକୁ ନାଁ ସ୍ଲୋଗାନରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ସମେତ ଏନ୍‌ସିସି ଛାତ୍ର ଛାତ୍ରୀ, ବ୍ରହ୍ମ କୁମାରୀ ଶାଖାର ସଭ୍ୟ ସଭ୍ୟାମାନେ ସାମିଲ୍ ଥିଲେ । ର‍୍ୟାଲି ଜର୍ଜ ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ପରେ ପୁଣି ଜର୍ଜ ହାଇସ୍କୁଲ ପଡ଼ିଆକୁ ଫେରିଥିଲେ । ସେଠାରେ ଲୋକଙ୍କ ପାଇଁ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.