
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅଂଚଳରେ ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କୁ କାବୁ କରି ସେମାନଙ୍କ ଠାରୁ ବିଭିନ୍ନ ନିଶାଦ୍ରବ୍ୟ ସହ ଏକ କାର୍ ନଗଦ ୫ ହଜାର ଟଙ୍କା ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।