oom

ନିଶା ନିବାରଣ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁଆଗାଁ ସର୍କଲ ଗୋଁଣ୍ତ ସମାଜ ପ୍ରୟସାରେ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସର୍କଲ ସଭାପତି ଶୋଭାରାମ ଧରୁଆଙ୍କ ନେତୃତ୍ୱରେ ନିଶା ନିବାରଣ ପାଇଁ ଦୃଢ ସଂକଳ୍ପ ନେଇଛନ୍ତି ଗୋଁଣ୍ତ ସମାଜ । ଏହି ନିଶା ନିବାରଣ ପ୍ରତ୍ୟେକ ସର୍କଲର ଗୋଁଣ୍ତ ସମାଜକୁ ଏଥିରେ ସାମିଲ କରି ନିଶା ମୁକ୍ତ ଗୋଁଣ୍ତ ସମାଜ ଗଠନ କରିବା ପାଇଁ ପ୍ରସାୟ ଜାରି ରହିଛି ବୋଲି ଗୋଁଣ୍ତ ସମାଜ ସର୍କଲ ସଭାପତି ଶ୍ରୀ ଧରୁଆଙ୍କ ସମେତ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ଦୃଢ ଶପଥ ଗ୍ରହଣ କରଛନ୍ତି । ଏହି ନିଶା ନିବାରଣ ଦିବସ ପାଳନ ଅବସରରେ କପୁରଚନ ଧରୁଆ, ଜଗଦେବ ଧରୁଆ, ପଞ୍ଚା ଧରୁଆ, ମୁକ୍ତି ଧରୁଆ, ଧନୁଜ ଛତରିଆ, ବଳଦେବ ନେଟ ପ୍ରମୁଖ ଉପସ୍ଥିତ ରହି ନିଜମତ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.