
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରେସ୍ କାଉନସିଲ ନାମ ବ୍ୟବହାର ହୋଇପାରିବ ନାହି । ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ବୈଧାନିକ ସଂସ୍ଥା ହୋଇଥୁବାରୁ କୌଣସି ଗଣମାଧ୍ୟମ ସଂସ୍ଥା ‘ପ୍ରେସ କାଉନସିଲ’ ନାମ ବ୍ୟବହାର କରିବା ଉପରେ ନିଷେଧାଦେଶ ରହିଛି । ଏହି ନାମ (ପ୍ରେସ୍ କାଉନ୍ସିଲ୍) କିମ୍ବା ଏହାର ଅନ୍ୟ ଭାଷାରେ ଅନୁବାଦ ‘ଭାରତୀୟ ପ୍ରେସ୍ ପରିଷଦ’ ବ୍ୟବହାର କରି ଅନେକ ସ୍ଥାନୀୟ କିମ୍ବା ସରକାରୀ ସଂଗଠନ ତିଆରି ହେଉଛି, ଯାହା ଏହି ସଂସ୍ଥାର ଆଇନଗତ ମୂଲ୍ୟ ଓ ପରିଚୟକୁ କ୍ଷତି ପହଞ୍ଚାଉଛି । ଜିଲ୍ଲାର କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସରକାରୀ ସଂଘ ନିଜ ସଂସ୍ଥାର ନାମ ପଞ୍ଜିକରଣ ସମୟରେ ପ୍ରେସ କାଉନସିଲ ଶବ୍ଦ ବ୍ୟବହାର ନ କରିବାକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ସଂସ୍ଥା ପ୍ରେସ୍ କାଉନସିଲ ନାମ ବ୍ୟବହାର କଲେ ଏହା ଆଇନ୍ ଅନୁଯାୟୀ ଗ୍ରହଣୀୟ ନୁହେଁ । ବିଧି ଓ ନ୍ୟାୟ ବିଭାଗ ଏହି ପ୍ରକାର ଅନଧିକୃତ ବ୍ୟବହାରକୁ ‘ଏମବ୍ଲେମ ଏବଂ ନେମ୍ସ (ପ୍ରିଭେନ୍ସନ୍ ଅଫ୍ ଇମପ୍ରପର ୟୁଜ୍) ଆକ୍ଟ, ୧୯୫୦ ର ଧାରା ୩ ୭(ଆଇଆଇ) ଅନୁଯାୟୀ ଅବୈଧ ଘୋଷଣା କରିଛନ୍ତି । ଏହି ପ୍ରକାର ଅନଧିକୃତ ନିବନ୍ଧନ କିମ୍ବା ବ୍ୟବହାରକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରାଯାଇଛି । ‘ପ୍ରେସ୍ କାଉନ୍ସିଲ୍ ଭାରତ’ ହେଉଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ୧୯୭୮ ମସିହାରେ ପ୍ରେସ୍ କାଉନସିଲ୍ ଆଇନ ଅନୁଯାୟୀ ଗଠିତ ଏକ ଆଇନଗତ ସଂସ୍ଥା । ଏହାର ଉଦ୍ଦେଶ୍ୟ ହେଉଛି ଭାରତରେ ଫ୍ରେସ୍ ବ୍ୟବସ୍ଥାର ସ୍ୱାଧୀନତାକୁ ରକ୍ଷା କରିବା ସହ ଖବରକାଗଜ ଓ ଏଜେନ୍ସି ଗୁଡିକର ଗୁଣବତ୍ତାସ୍ତରକୁ ବୃଦ୍ଧି କରିବା ।