oom

କୁଲତା ଯୁବ ଶକ୍ତି ଶାଖା ତରଫରୁ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୁଲତା ଯୁବ ଶକ୍ତି ଓଡିଶା ବଲାଙ୍ଗିର ଶାଖା ତରଫରୁ ଏକ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡ଼ଶଙ୍କର ଡୁଙ୍ଗୁରିପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଟାଉନ କୁଲତା ସମାଜର ସଭାପତି ସୁରଥ ପଧାନ ସଭାପତିତ୍ୱ କରିଥିବା ବେଳେ କୁଲତା ଯୁବ ଶକ୍ତିର ଉପଦେଷ୍ଟା ଶାନ୍ତନୁ କୁମାର ଭୋଇ, ଉପସଭାପତି ଗଙ୍ଗାଧର ପଧାନ, ପ୍ରେମରାଜ ପଧାନ ପ୍ରମୁଖ ମଂଚାସୀନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ । ସଂଗଠନର ସକ୍ରିୟ ସଦସ୍ୟ ହୃଷିକେଶ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଭା ଶେଷରେ କୁଲତା ଯୁବ ଶକ୍ତି, ଓଡିଶାର ସଭାପତି ଉମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ନିଶା ଦ୍ରବ୍ୟ କିପରି ଆମ ପରିବାର, ସମାଜ ତଥା ରାଷ୍ଟ୍ରର କ୍ଷତି କରୁଛି ସେ ଉପରେ ସମସ୍ତେ ଆଲୋକପାତ କରିଥିଲେ । ଯୁବ ସମାଜ ଚାହିଁଲେ ଏକ ସୁସ୍ଥ ସମାଜ ଗଠନ କରି ପାରିବେ ଏଣୁ ସମୟ ଆସିଛି ଯୁବ ସମାଜ ଏହି ଗୁରୁ ଦାୟିତ୍ଵ ନେବା ସହିତ ସମାଜ ସଂସ୍କାର ଦିଗରେ କାର୍ଯ୍ୟ କରନ୍ତୁ । ଏହି କାର୍ଯ୍ୟକ୍ରମ ଯୁବ ଶକ୍ତିର, ସୁଦାମ ପଧାନ, ସରୋଜ ବିଶ୍ୱାଳ, ଯୁଧିଷ୍ଠିର ପଧାନ, ବିଶ୍ୱନାଥ ବିଶ୍ୱାଳ ତଥା ଗଡ଼ ଶଙ୍କର ଡୁଙ୍ଗୁରିପାଲିର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.