ନିଶାମୁକ୍ତ ପୁରୀ ଦାବୀରେ ଜନ ସତ୍ୟାଗ୍ରହ ଯାତ୍ରା ଓ ଗାନ୍ଧୀ ଜୟନ୍ତୀ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ୍ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ, ବେସରକାରୀ ପ୍ରତିଷ୍ଠାନରେ ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଳକ୍ କଂଗ୍ରେସ କମିଟି ପକ୍ଷରୁ ସଭାପତି ରବୀନ୍ଦ୍ର କୁମାର ଦାସ, କଂଗ୍ରେସ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର, ନିର୍ମଳ ପରିଡା, ବିଶ୍ଵରଞ୍ଜନ ବଳବନ୍ତରାୟ, ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ପ୍ରତିଷ୍ଠାତା ଦିଲ୍ଲୀପ କୁମାର ଧାଉଡ଼ିଆ, ସିପିଆଇ(ଏମ୍ଏଲ)ର କମ୍ରେଡ଼ ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ, ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଚନ୍ଦ୍ରଶେଖର ବିଶ୍ୱାଳ, କସ୍ତୁରବା ଗ୍ରାମ ସେବା ଟ୍ରଷ୍ଟ ପକ୍ଷରୁ ସଂଚାଳିକା କବିତା ରାଣୀ ପରିଡା, କୁନ୍ତଳା କୁମାରୀ ବିଶ୍ୱାଳ, ଅନାମ ମଲ୍ଲିକ ପ୍ରମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଗାନ୍ଧୀଙ୍କ ଆଦର୍ଶ, ତ୍ୟାଗ, ଦେଶ ଓ ଜାତି ପାଇଁ ବଳିଦାନ, ସମାଜସେବା, ଅହିଂସା ନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଓଡିଶା ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ବେରବୋଇ ଗାନ୍ଧୀ ପୀଠରୁ ଏକ ଜନ ସତ୍ୟାଗ୍ରହ ଯାତ୍ରା ବାହାରି ପୁରୀ ଗାନ୍ଧୀ ପୀଠ ପର୍ଯ୍ୟନ୍ତ ଯାଇଥିଲା । ସଂସଦର ସଭାପତି ତଥା ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦେବଙ୍କ ନେତୃତ୍ୱରେ ପରିଚାଳିତ ଏହି ନିଶାମୁକ୍ତ ପୁରୀ ସତ୍ୟାଗ୍ରହରେ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂଜ୍ୟପୂଜା ସଂସଦର ଜିଲ୍ଲା ସଭାପତି ଆଦିକନ୍ଦ ଶ୍ରୀଚନ୍ଦନ, ସଂଯୋଜକ ବିଶ୍ଵଜିତ ବଡ଼ଜେନା, ଡେଲାଙ୍ଗ ବ୍ଳକ ସଭାପତି ଡା.ପ୍ରଭାସ ପ୍ରଧାନ, ସଦସ୍ୟ ଦୁର୍ଯ୍ୟୋଧନ ଜେନା, ଚନ୍ଦ୍ର ଶେଖର ବିଶ୍ୱାଳ, କିଶୋର କୁମାର ଜେନା, ସୁଧାଂଶୁ ଶେଖର ପରିଡା ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାକୁ ସଂକଳ୍ପ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବାକୁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଏହି ସତ୍ୟାଗ୍ରହୀମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ନିଶା ବିରୋଧୀ ନାରା ଦେଇ ବେରବୋଇ ଓ ଡେଲାଙ୍ଗ ବଜାର ପରିକ୍ରମା କରିବା ପରେ ପୁରୀକୁ ଯାତ୍ରାରମ୍ଭ କରିଥିଲେ । ସେହିପରି ସିପିଆଇ(ଏମ୍ଏଲ) ନେତା ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ, ସମାଜସେବୀ କବିତା ରାଣୀ ପରିଡା ପ୍ରମୁଖ ବିଭିନ୍ନ ନିଶା ବିରୋଧୀ ଧ୍ୱନି ଦେଇ ଡେଲାଙ୍ଗ ହାଟ ବଜାର ପରିକ୍ରମା କରିବା ସହ ଲୋକଙ୍କୁ ମଦ୍ୟପାନର ଭୟାବହତା ସମ୍ପର୍କରେ ସଚେତନ କରିଥିଲେ । ତେବେ ସରକାର ନିଶାମୁକ୍ତ ପୁରୀ ଗଠନରେ ସହଯୋଗ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପୂଜ୍ୟପୂଜା ସଂସଦ ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.