ଚୋରା ଚାଲାଣ ସମୟରେ ପ୍ରାୟ ୩ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ ପ୍ରତିଦିନ ପଦ୍ମପୁରରେ ନିଶା କାରବାର ବଢିବାକୁ ଲାଗିଥିବା ବେଳେ ନିଶା ଦ୍ରବ୍ୟ ଚୋରା ଚାଲାଣ ମଧ୍ୟ ବଢିବାରେ ଲାଗିଛି । ସେହିପରି ସମ୍ବଲପୁର ପଟୁ ପଦ୍ମପୁରକୁ ଓଆର୍‌-୧୭-ଜି-୨୮୮୨ ନମ୍ବର ଏକ ଗାଡିରେ ବେଆଇନ ଭାବରେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେଉଥିବାର ସୂଚନା ପାଇ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଏବଂ ସୋହେଲା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଡିଟିିକୁ ଜବତ କରିବା ସହ ହେମନ୍ତ ହଂସ (ବୟସ ୪୨), ଚିତ୍ତ ମେହେର (ବୟସ ୪୩) ନାମକ ଦୁଇ ଜଣଙ୍କୁ ଗିରଫ କରିଛି । ଏହା ସହ ଗାଡିରୁ ଏକ ତଲୱାର (ଖଣ୍ଡା) ସହ କିଛି ନଗଦ ଟଙ୍କା ଓ ୧୭୩୦ ବୋତଲ ଏସ୍କଫ ସିରଫ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହୋଇଥିବାର ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ପ୍ରେସ ମିଟ୍‌ରେ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.