oom

ଡାକ୍ତରୀ ଛାତ୍ରୀ ନିରୁୁପମାଙ୍କୁ କ୍ୟାଣ୍ଡେଲ ଜାଲି ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଛାତ୍ର ଜନତା ଦଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କୁ କ୍ୟାଣ୍ଡେଲ ଜାଲି ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଛାତ୍ର ଜନତା ଦଳ । ନିରୁପମାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କୁ ଉଚିତ୍‌ ନ୍ୟାୟ ମିଳିବା ପାଇଁ ଦାବୀ କରାଯାଇଥିଲା ।

ଏଥିରେ ନିରୁପମାଙ୍କ ଭାଇ ବାସୁଦେବ ନନ୍ଦଙ୍କ ସହ ଗୁଞ୍ଜ ଖାନ, ସୁମନ ନନ୍ଦ, ସୋନୁ ସାହୁ, ଗୋବିନ୍ଦ ଶତପଥୀ, ସୁନ୍ଦର ବିଶି, ବିନୁ ଚାନ୍ଦ, ପଙ୍କଜ ଖଟୁଆ, ଦିନେଶ ମହାନନ୍ଦ, ପାର୍ଥ କର୍ଣ୍ଣ, ଅର୍ଘ୍ୟ ମିଶ୍ର, ଅମିତ ସାହୁ, ଦୁର୍ଗାସେନ ସେଠ, ମୁକେଶ ସାହୁ, ରାଜେଶ ବାଗ, ଆଲୋକ ସାହୁ ଶ୍ରାବଣ କୁମାର, ବିକାଶ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

jittmm
Leave A Reply

Your email address will not be published.